ETV Bharat / state

ଆଜିଠୁ 3 ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ମାଓ ମୁକାବିଲା ବୈଠକରେ ହେବେ ସାମିଲ୍‌ - Anti naxal operation

ପୁଣି ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଓ ମୁକାବିଲା ବୈଠକରେ କରିବେ ଅଂଶଗ୍ରହଣ । ଅଧ୍ୟକ୍ଷତା କରିବେ ଶାହ ।

author img

By ETV Bharat Odisha Team

Published : 1 hours ago

Updated : 53 minutes ago

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ, ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ୍‌
ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ, ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ୍‌ (ETV Bharat Odisha)

ଭୁବନେଶ୍ବର: ପୁଣି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି (ସୋମବାର) ହେବାକୁ ଥିବା ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ।

  • ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଭାରତ !

ବୈଠକରେ ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ବ୍ୟାପାର ସହ ଜଡ଼ିତ ୫ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେବେ । ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ । କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ଲକ୍ଷ୍ୟ ସହ କାମ କରୁଛନ୍ତି । କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ LWE ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି ।

  • 2023 ଅକ୍ଟୋବରରେ ବସିଥିଲା ଶେଷ ବୈଠକ:-

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତବର୍ଷ (୨୦୨୩) ଅକ୍ଟୋବର 6 ତାରିଖରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶେଷ ଥର ସମୀକ୍ଷା ବୈଠକ କରିଥିଲେ । ମୋଦି ସରକାରଙ୍କ ରଣନୀତି ଯୋଗୁଁ ବାମପନ୍ଥୀ ଉଗ୍ରବାଦ ହିଂସା ୭୨ ପ୍ରତିଶତ ହ୍ରାସ ପାଇଛି । ୨୦୧୦ ତୂଳନାରେ ୨୦୨୩ ରେ ଏହି ସମ୍ପର୍କିତ ହିଂସା ଘଟଣାରେ ମୃତ୍ୟୁସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି । ସଶସ୍ତ୍ର ଉଗ୍ରବାଦୀ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ
JK Encounter: କୁପୱାରାରେ ୩ ଆତଙ୍କୀ ନିପାତ, ରଜୌରୀରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ

ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ -

ମହାରାଷ୍ଟ୍ରରେ ମାଓ ଦମନ ଜୋରଦାର, ୧୨ ମାଓବାଦୀ ସଫା

  • ଦେଶରେ 38 ଜିଲ୍ଲାରେ ଏବେ ମାଓ-ପ୍ରଭାବିତ

ଚଳିତବର୍ଷ ଏପର୍ଯ୍ୟନ୍ତ ୨୦୨ଜଣ ‘ଏଲଡବ୍ଲୁଇ’ କ୍ୟାଡରଙ୍କୁ ନିପାତ କରାଯାଇଛି । ୨୦୨୪ ର ପ୍ରଥମ ୯ ମାସରେ ୭୨୩ ଜଣ ‘ଏଲଡବ୍ଲୁଇ’ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ୮୧୨ ଜଣଙ୍କୁ ଗିରଫ କରାଯାଇଛି । ୨୦୨୪ରେ ସାରା ଦେଶରେ ‘ଏଲଡବ୍ଲୁଇ’ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି । ଦୁର୍ଗମ ଅଞ୍ଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଟାୱାର ନିର୍ମାଣ କରାଯାଉଛି । ‘ଏଲଡବ୍ଲୁଇ’ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୪,୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଥିବା କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 53 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.