ଓଡିଶା

odisha

ETV Bharat / snippets

ପାରିବାରିକ କଳହର କରୁଣ ପରିଣୀତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ

ପାରିବାରିକ କଳହର କରୁଣ ପରିଣୀତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ
ପାରିବାରିକ କଳହର କରୁଣ ପରିଣୀତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ (ETV Bharat Odisha)

By ETV Bharat Odisha Team

Published : Jun 13, 2024, 11:02 AM IST

Husband Killed Wife In Balasore: ବାଲେଶ୍ୱର:ସ୍ୱାମୀ ସାଜିଲା ସୈତାନ । ସାତଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ପଣ କରିଥିଲେ। ହେଲେ ସାମାନ୍ୟ କଳହ ଶେଷରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ମୃତ ମହିଳା ଜଣକ ହେଲେ କାଞ୍ଚନ ପରିଡା । ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ଥାନା ଅସୁରିଆ ଗାଁରେ । ଗତକାଲି ରାତିରେ ରମାକାନ୍ତ ଏବଂ କାଞ୍ଚନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ପରେ ଠେଙ୍ଗାରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ଫଳରେ କାଞ୍ଚନଙ୍କ ମୃତ୍ୟୁ ହୋଇଯାଇଥିଲା । ସକାଳେ ଗ୍ରାମବାସୀ ରମାକାନ୍ତଙ୍କୁ ଅଟକ ରଖି ଖଇରା ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ରମାକାନ୍ତଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

ABOUT THE AUTHOR

...view details