କଟକ: ତ୍ରିଶୁଳିଆ ବ୍ରିଜ ଉପରେ ପୁଣି ଅଘଟଣ । ବ୍ରିଜ ଉପରେ କାର ଓ ଚପଲ ଥୋଇ ଯୁବକ ନିଖୋଜ । ବ୍ରିଜ ଉପରୁ କାଠଯୋଡି ନଦୀକୁ ଡେ଼ଇଁ ଜୀବନ ହାରିଥିବା ସନ୍ଦେହ । ସୂଚନା ମୁତାବକ ଭୁବନେଶ୍ୱରରେ ରହୁଥିବା ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ ଗତ ବୁଧବାର ଦିନ ୨ଟା ବେଳେ ଘରୁ ବାହାରି ଆଉ ଫେରିନଥିଲେ । ତାଙ୍କ କାରଟି ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ରହିଥିବା ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି । ଅନଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ବାରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି । ସମାନ ଭାବେ କଟକ ଓଡିଆ ବଜାର ଅଞ୍ଚଳର ମମତା ସାହୁ ନଦୀକୁ ଡେଇଁ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।
ତ୍ରିଶୁଳିଆ ବ୍ରିଜ ପାଲଟିଲା ମିସିଙ୍ଗ୍ ସ୍ପଟ, କାଲି ମହିଳା ଆଜି ଯୁବକ ନିଖୋଜ
Published : Aug 2, 2024, 8:04 PM IST
BUSINESSMAN TUSHAR BHATT MISSING (ETV Bharat Odisha)
ଇଟିଭି ଭାରତ,କଟକ