ଭୁବନେଶ୍ବର: ସରୋଜ ପ୍ରଧାନ ହେଲେ ସରକାରୀ ଦଳର ମୁଖ୍ୟ ସଚେତକ । ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ ନିଯୁକ୍ତ । ସେହିପରି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାଶ ହେଲେ ସରକାରୀ ଉପମୁଖ୍ୟ ସଚେତକ ହେଲେ । ଆଜି ଉଭୟଙ୍କ ନାମ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆଜି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସରକାରୀ ଦଳର ସଚେତକ ଏବଂ ଉପମୁଖ୍ୟ ସଚେତକ ଘୋଷଣା ପରେ ସରକାରୀ ଦଳର ଆଭିମୁଖ୍ୟ ରଖିବେ । ବିରୋଧୀଙ୍କୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ସହାୟକ ହେବେ । ଗୃହକୁ ଚଳେଇବାରେ ମୁଖ୍ୟ ସଚେତକଙ୍କ ବଡ଼ ଭୂମିକା ରହିଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା,ବିଲ ସମୟରେ ମୁଖ୍ୟ ସଚେତକଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ।
ସରୋଜ ହେଲେ ସରକାରୀ ଦଳର ମୁଖ୍ୟ ସଚେତକ, ଗୋବିନ୍ଦ ଉପମୁଖ୍ୟ ସଚେତକ
Boudh MLA Saroj Kumar Pradhan has been appointed as the Government Chief Whip (ETV Bharat Odisha)
Published : Jul 22, 2024, 10:20 PM IST
ଇଟିଭି ଭାରତ, ଭୁବନେଶ୍ବର