ଓଡିଶା

odisha

ETV Bharat / snippets

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ, ଥାନାରେ ଏତଲା ଦେଲା ରାଜ୍ୟ କଂଗ୍ରେସ

By ETV Bharat Odisha Team

Published : Jun 6, 2024, 10:58 PM IST

Threat To Rahul Gandhi
Threat To Rahul Gandhi (ETV Bharat Odisha)

Threat To Rahul Gandhi: ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ । ରାହୁଲଙ୍କୁ ହତ୍ୟା ଧମକ ବିରୋଧରେ ସାଇବର ଥାନାରେ ଏତଲା ଦେଲା କଂଗ୍ରେସ । ‘ଭାରତ ସିନେମା' ନାମକ ଏକ ମିଡିଆ ସଂସ୍ଥା ନାଁରେ ହୋଇଛି ଅଭିଯୋଗ । ଏହାର ଏକ ପୋଷ୍ଟରେ ଉଲ୍ଲେଖ ରହିଛି ଯେ “କଂଗ୍ରେସ ଓଡ଼ିଶାରେ କେବେ ବି ଆସିବ ନାହିଁ, ରାହୁଲ ଗାନ୍ଧୀ ଓଡ଼ିଶା ଆସିଲେ ମୁଁ ନାଥୁରାମ ଗଡ଼ସେ ହେବି।" ଫଟୋଚିତ୍ର ଦ୍ଵାରା ରାହୁଲଙ୍କୁ ନେଇ ଆପତ୍ତି ଜନକ କଥା ଉଲ୍ଲେଖ ରହିଥିଲା । ଉପରୋକ୍ତ ସଂସ୍ଥା ଓ ଏହା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପ୍ରତିନିଧି ଦଳ ଦାବି ଜଣାଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details