ଓଡିଶା

odisha

ETV Bharat / snippets

‘ରତ୍ନଭଣ୍ଡାର ଉପରେ କୁଦୃଷ୍ଟି ରଖିଥିବା ଲୋକଙ୍କୁ ଭୋଟରେ ଜବାବ ଦିଅନ୍ତୁ’ Saha urges to odia people

ଓଡିଆ ଭୋଟରଙ୍କୁ ଶାହଙ୍କ ଅପିଲ
ଓଡିଆ ଭୋଟରଙ୍କୁ ଶାହଙ୍କ ଅପିଲ (ETV Bharat Odisha)

By ETV Bharat Odisha Team

Published : Jun 1, 2024, 9:50 AM IST

ନୂଆଦିଲ୍ଲୀ:ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି ।ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ କୁଦୃଷ୍ଟି ରଖିଥିବା ଲୋକଙ୍କୁ ଭୋଟରେ ଜବାବ ଦେବାକୁ ଓଡିଆ ଭୋଟରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡିଆରେ ଟ୍ବିଟ୍‌ କରି ଶାହ ଲେଖିଛନ୍ତି, ‘‘ଓଡ଼ିଶାର ଭୋଟର ଭଉଣୀ ଏବଂ ଭାଇମାନେ ! ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଉପରେ ଖରାପ ନଜର ପକାଇଛନ୍ତି, ସେମାନଙ୍କୁ ଉଚିତ ଶିକ୍ଷା ଦେବାର ସମୟ । ଯେଉଁମାନେ ବିକାଶରେ ଓଡ଼ିଶାକୁ ପଛରେ ପକାଇଛନ୍ତି ସେମାନଙ୍କୁ ବିଦାୟ ଦେବାର ଉଚିତ ସମୟ । ଏହି ସମୟରେ ଏଭଳି ସରକାର ଚୟନ କରିବା, ଯିଏକି ରାଜ୍ୟକୁ ବିକାଶ ଏବଂ ସମୃଦ୍ଧିର ପଥରେ ଆଗକୁ ନେଇପାରିବ ।’’

ABOUT THE AUTHOR

...view details