ETV Bharat / technology

ମାର୍କେଟକୁ ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ ଆଣୁଛି Royal Enfield; ମାର୍କେଟରେ ସାଜିପାରେ ନୂଆ ଲିଡର୍‌ - ROYAL ENFIELD FIRST EV

ରୟାଲ ଏନଫିଲ୍ଡର ଚାହିଦା ବଜାରରେ ବେଶ ଅଧିକ । ଏବେ ଇଲେକ୍ଟ୍ରୋନିକ ଭେହିକଲ ମାର୍କେଟରେ ପାଦ ଦେଇ ନିଜର ପ୍ରଥମ ଇଭି ଆଣିବାକୁ ଯାଉଛି କମ୍ପାନୀ । ଅଧିକ ପଢନ୍ତୁ

Royal Enfield Flying Flea C6
Royal Enfield Flying Flea C6 (Photo- Royal Enfield)
author img

By ETV Bharat Tech Team

Published : Nov 5, 2024, 7:40 PM IST

ହାଇଦ୍ରାବାଦ: ବାୟୁମଣ୍ଡଳରେ ପ୍ରଦୂଷଣକୁ ରୋକିବା ଲାଗି ଖୋଦ ସରକାର ଇଲେକ୍ଟ୍ରୋନିକ ଭେହିକଲକୁ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ ନଜରରେ ରଖି ଅନେକ କମ୍ପାନୀ ମଧ୍ୟ ବୈଦ୍ୟୁତିକ ଯାନ ଉପରେ ଫୋକସ କରୁଛନ୍ତି । ମାର୍କେଟରେ ଏଯାବତ ଅନେକ ଇଲେକ୍ଟ୍ରିକ ବାଇକ୍‌ ରହିଛି । ହେଲେ ଚେନ୍ନାଇର ଷ୍ଟାଇଲିସ ବାଇକ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ନିଜର ପ୍ରଥମ ଇଲେକ୍ଟ୍ରିକ ବାଇକ୍‌ ଆଣିବାକୁ ଯାଉଛି । ଯାହାକୁ ନେଇ ରୟାଲ ଏନଫିଲ୍ଡ ଲଭରଙ୍କ ମଧ୍ୟରେ ଖୁସିର ଲହର ।

ରୟାଲ ଏନଫିଲ୍ଡର ପ୍ରଥମ ଇଲେକ୍‌ଟ୍ରିକ ବାଇକ୍‌ 'ଫ୍ଲାଇଙ୍ଗ ଫ୍ଲିଆ C6'
ରୟାଲ ଏନଫିଲ୍ଡର ପ୍ରଥମ ଇଲେକ୍‌ଟ୍ରିକ ବାଇକ୍‌ 'ଫ୍ଲାଇଙ୍ଗ ଫ୍ଲିଆ C6' (Photo- Royal Enfield)

ଦେଶର 250-750cc ମୋଟରସାଇକେଲ ସେଗମେଣ୍ଟର ଏକ ନମ୍ବର ରୟାଲ ଏନଫିଲ୍ଡ ଏହାର ପ୍ରଥମ ବୈଦ୍ୟୁତିକ ବାଇକ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ନିଜର ପ୍ରଥମ EVକୁ 'ଫ୍ଲାଇଙ୍ଗ ଫ୍ଲିଆ C6' ନାମରେ ଆଣିବାକୁ ଯାଉଛି । ଏହା ଏକ ରେଟ୍ରୋ-ଫ୍ୟୁଚୁରିଷ୍ଟିକ୍ ମୋଟର ସାଇକେଲ୍ । ବଜାରକୁ ଅଣାଯିବାକୁ ଥିବା ସମସ୍ତ ବୈଦ୍ୟୁତିକ ବାଇକ୍ 'ଫ୍ଲାଇଙ୍ଗ୍ ଫ୍ଲିଆ' ନାମରେ ଲଞ୍ଚ କରାଯିବ ବୋଲି ରୟାଲ୍ ଏନଫିଲ୍ଡ ଘୋଷଣା କରିଛି । ଏହି ଅବସରରେ ଆସନ୍ତୁ ଜାଣିବା ଫ୍ଲାଇଙ୍ଗ ଫ୍ଲିଆ C6ର ଦାମ ଏବଂ ଫିଚର ବିଷୟରେ ଅଧିକ କିଛି ।

ଏହା ବି ପଢନ୍ତୁ
  1. Oben Electricର ନୂଆ ଇଲେକ୍ଟ୍ରିକ ବାଇକ୍‌ ଲଞ୍ଚ ତାରିଖ ଖୁଲାସା; ଜାଣନ୍ତୁ କଣ ଖାସ
  2. Royal Enfield Bear 650ର ଖୁଲାସା; ଜାଣନ୍ତୁ କେବେ ଲଞ୍ଚ
  3. ଫାର୍ମାସି ଛାତ୍ରଙ୍କ କମାଲ: ୟୁଟ୍ୟୁବ ଦେଖି ତିଆରି କଲେ Electric Bike

Flying Flea C6 ଫିଚର:-

  • ମୋଟର ସାଇକେଲ ଆଗରେ ଗୋଲାକାର LED ହେଡଲାଇଟ୍ ଏବଂ ଗିର୍ଡର୍ ଫର୍କ ଡିଜାଇନ ସହିତ ଆସିବ ।
  • ଏହା ABS ଏବଂ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସହିତ ଆସିବ ବୋଲି ଆଶା କରାଯାଉଛି ।
  • ଏହି ଇଲେକ୍‌ଟ୍ରିକ୍‌ ମୋଟର ସାଇକେଲରେ ଦୁଇଟି ସିଟ୍ ଏଡିସନ ମଧ୍ୟ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
  • ଏହି ବାଇକ୍ ଏକ TFT ଡିସପ୍ଲେ ସହିତ ଆସିବ ।
  • ବଜାର ସୂତ୍ରରୁ ଜଣାପଡିଛି ଯେ ଏହା ଗୋଟିଏ ଚାର୍ଜରେ 100-150 କିଲୋମିଟର ଦୂରତା ଅତିକ୍ରମ କରିବାରେ ସକ୍ଷମ ହେବ ।
  • ଏହି ବାଇକର ଲୁକ୍ ପ୍ରକାଶ କରିଥିବା ରୟାଲ୍ ଏନଫିଲ୍ଡ ଏହାର ଦାମ ଏବଂ ଫିଚର ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ ।
  • ସମସ୍ତ ବିବରଣୀ ଶୀଘ୍ର ଘୋଷଣା ହେବାର ସମ୍ଭାବନା ଅଛି ।
  • 2026ରେ ଏହି ବାଇକ୍ ବଜାରରେ ଉପଲବ୍ଧ କରାଇବାକୁ କମ୍ପାନୀ ଯୋଜନା ରଖିଛି ।

Royal Enfield EV ଟିଜର:-

ରୟାଲ ଏନଫିଲ୍ଡ ନିକଟରେ ନିଜର ପ୍ରଥମ ଇଲେକ୍‌ଟ୍ରିକ ବାଇକ୍‌ର ଟିଜର ରିଲିଜ କରିଛି । ଏହାକୁ ଆପଣ କମ୍ପାନୀର ସୋସିଆଲ ମିଡିଆ ସାଇଟ୍‌ରେ ଦେଖିପାରିବେ । ଏହି ଟିଜରେ ବାଇକ୍‌ଟି ଆକାଶ ଛତା ମାଧ୍ୟମରେ ତଳକୁ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.