ଓଡିଶା

odisha

ETV Bharat / videos

ଭାଙ୍ଗିଗଲା ବାହାଘର, ଶେଷ ରଜରେ ଜୀବନ ହାରିଲେ ଯୁବତୀ - young woman died - YOUNG WOMAN DIED

By ETV Bharat Odisha Team

Published : Jun 17, 2024, 2:22 PM IST

ଢେଙ୍କାନାଳ: ପ୍ରେମ ବିବାହ କରିବାକୁ ସ୍ବପ୍ନ ଦେଖୁଥିଲେ । ବିବାହ ବି ସ୍ଥିର ହେଲା, କିନ୍ତୁ ପର ମୁହୂର୍ତ୍ତରେ ଭାଙ୍ଗିଯିବାକୁ ସହ୍ୟ କରିପାରିଲେନି ଯୁବତୀ । ଶେଷରେ ଶେଷ ରଜରେ ଜୀବନ ହାରିଲେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ନୁଆଟିପିଲେଇ ଗ୍ରାମରେ । ମୃତ ଯୁବତୀ ହେଉଛନ୍ତି ପ୍ରେମାନନ୍ଦ ପ୍ରଧାନଙ୍କ ଝିଅ ଦିପା ପ୍ରଧାନ । ସେ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ପ୍ରେମାନନ୍ଦଙ୍କ ଅଭିଯୋଗ ଅନୁସାରେ, ସେହି ଗ୍ରାମର ଚିଣ୍ଟୁ ଦଳେଇଙ୍କ ସହ ଝିଅର ପ୍ରେମ ସମ୍ପର୍କ ଗଢିଉଠିଥିଲା । ତାପରେ ବିବାହ ମଧ୍ୟ ଉଭୟ ପରିବାର ପକ୍ଷରୁ ସ୍ଥିର ହୋଇଥିବା ବେଳେ କୌଣସି କାରଣରୁ ଦୁଇ ମାସ ହେଲା ବିବାହ ଭାଙ୍ଗିଯାଇଥିଲା । ଯୁବତୀ ଜଣଙ୍କ ବାହାଘର ଭଙ୍ଗିଯିବାରୁ ସବୁବେଳେ ଚିନ୍ତାରେ ରହୁଥିଲେ । ପୁଅ ଘର ଲୋକେ ଝିଅକୁ ମାରିବାକୁ ଧମକ ଦେଉଥିବା ମୃତ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହି କାରଣରୁ ଝିଅ ଦିପା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାପା ପ୍ରେମାନନ୍ଦ ପ୍ରଧାନ । ଏନେଇ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରିଛି । ମୃତ୍ୟୁ ପୂର୍ବରୁ ଯୁବତୀ ଜଣଙ୍କ ପେନରେ ହାତରେ କିଛି ଲେଖିଥିବା ଦେଖିବାକୁ ପାଇଛି ପୋଲିସ ।  

ଏହା ମଧ୍ୟ ପଢନ୍ତୁ-ପ୍ରେମ ପ୍ରତାରଣାରୁ ଆତ୍ମହତ୍ୟା ଅଭିଯୋଗ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details