ଓଡିଶା

odisha

ETV Bharat / videos

ବିଜେପି-ବିଜେଡି ମେଣ୍ଟ ହେଲେ କଣ ହେବ ସୁନ୍ଦରଗଡ଼ ରାଜନୀତି ? - Sundargarh Politics - SUNDARGARH POLITICS

By ETV Bharat Odisha Team

Published : Mar 21, 2024, 1:26 PM IST

ରାଉରକେଲା: ରାଜ୍ୟରେ 4ଟି ପର୍ଯ୍ୟାୟରେ ହେବ ଲୋକସବା ଓ ବିଧାନସଭା ନିର୍ବାଚନ । ମେ 13,20,25 ଏବଂ ଜୁନ 1ରେ ନିର୍ବାଚନ ହେବ । ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୂର ହୋଇ ପାରିନାହିଁ ବିଜେଡି-ବିଜେପି ମେଣ୍ଟ ଦ୍ଵନ୍ଦ୍ବ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ବ ଲାଗି ରହିଛି । କିନ୍ତୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଏହାକୁ ନେଇ ପଶିଛି ଛନକା । ମେଣ୍ଟ ହେଲେ କିଏ ପାଇବ ପ୍ରାଥମିକତା ତାହାକୁ ନେଇ ଘାରିଛି ଚିନ୍ତା । ଯଦି ମେଣ୍ଟ ହୁଏ ତେବେ ସୁନ୍ଦରଗଡ଼ ଜିଲ୍ଲାର ରାଜନୀତି ସମିକରଣ ରୋମାଞ୍ଚକର ହେବ ବୋଲି ଅନୁମାନ କରିଛନ୍ତ ସାମ୍ବାଦିକ ସତ୍ୟାନନ୍ଦ ବେହେରା । ସୁନ୍ଦରଗଡ଼ ଲୋକସଭା ଆସନରେ ବର୍ତ୍ତମାନ ସାଂସଦ ରହିଛନ୍ତି ବିଜେପିର ଜୁଏଲ ଓରାମ । ଅନ୍ୟପଟେ ବିଜେଡି ପକ୍ଷରୁ ବର୍ତ୍ତମାନ ଆଶାୟୀ ପ୍ରାର୍ଥୀ ରହିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ଯଦି ମେଣ୍ଟ ହୁଅ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଜୁଏଲ ଓରାମ ଏଠାକାର ସାଂସଦ ହୋଇଥିବା ବେଳେ ଦଳ ପ୍ରାଥମିକତା ଦିଆଯାଇପାରେ ବୋଲି କୁହାଯାଉଛି । କିନ୍ତୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଟିକେଟ ନମିଳିବା ସୁନ୍ଦରଗଡ଼ ବାସୀଙ୍କ ମତକୁ ବଦଳାଇ ପାରେ । ଦି ମେଣ୍ଟ ନହୁଏ ତେବେ ଜୁଏଲ ଓରାମ ଏବଂ  ଦିଲ୍ଲୀପ ତିର୍କୀ ଙ୍କ ମଧ୍ୟରେ ସିଧାସଳଖ ଲଢେଇ  ହେବ ବୋଲି  କହିଛନ୍ତି ବରିଷ୍ଠ ସାମ୍ବାଦିକ ।  

ଏହା ମଧ୍ୟ ପଢନ୍ତୁ-ମେଣ୍ଟ ହେଉଛି କି ନାହିଁ ମୁଁ ଜାଣିନି, ଦଳର ଶୀର୍ଷ ନେତା ନିଷ୍ପତ୍ତି ନେବେ: ବିଶ୍ବେଶ୍ବର

ଏହାସହ ରାଉରକେଲା କଥା କୁ ନିଆଯାଏ ତେବେ ଏଠାରେ ମଧ୍ୟ ସେହି ଭଳି ସମାନ ସ୍ଥିତି ତେବେ ଯଦି ମେଣ୍ଟ ହୁଏ ତେବେ  ସାରଦା ନାୟକ ହେଉଛନ୍ତି ସିଟିଂ ବିଧାୟକ ଏବଂ 2009 ରେ ମେଣ୍ଟ ଭାଙ୍ଗିବା ପୂର୍ବରୁ ସାରଦା ନାୟକ 2004ରେ ବିଧାୟକ ଥିଲେ ଏବଂ 2009ରେ ମଧ୍ୟ ବିଧାୟକ ହେଲେ । ତାଙ୍କୁ ସ୍ୱାଭାବିକ ଟିକେଟ ମିଳିବ, କିନ୍ତୁ ବିଜେପି ର ଆଶାୟୀ ଥିବା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବ ଏବଂ ଏହାର ପ୍ରଭାଵ କିଭଳି ପଡିବ ତାହା କହିବା ମୁସ୍କିଲ ଏବଂ ଯଦି ମେଣ୍ଟ ନହୁଏ ତେବେ ନିର୍ବାଚନ ରେ ଟିକେଟ କାହାକୁ ମିଳୁଛି ତାହାକୁ ନଜରରେ ରଖି ଲଢେଇ ହେବ। ରଘୁନାଥପାଲ୍ଲୀରେ ମଧ୍ୟ ସମାନ ଅବସ୍ଥା ହେବ କାରଣ ବିଜେଡି ବିଧାୟକ ସୁବ୍ରତ ତରାଇ 2009ରୁ ବିଧାୟକ ଭାବରେ ଅଛନ୍ତି ଏବଂ ଏଠାରେ ବିଜେପି କେବେ ବିଜୟୀ ହୋଇ ନଥିବା ବେଳେ କାହା ହାତକୁ ଏହି ସିଟ ଯିବ ତାହା ବର୍ତ୍ତମାନ କହିବା ମୁସ୍କିଲ ରହିଛି। ତେବେ ବୀରମିତ୍ରପୁରରେ ମଧ୍ୟ ବିଜେପିର ଶଙ୍କର ଓରାମ ବିଧାୟକ ଅଛନ୍ତି ।  ଯଦି ମେଣ୍ଟ ନହୁଏ ତେବେ ସାଧାରଣ ଭାବରେ ନିର୍ବାଚନ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ହେବ।   

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details