ବିରାଟ-ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେବା ଉଚିତ: ପୂର୍ବତନ କ୍ରିକେଟର
Published : 4 hours ago
କଟକ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କାହିଁକି ହାରିଲା ଭାରତ ? ତାର କାରଣ କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । ତାଙ୍କର କହିବା କଥା, ''ଟେଷ୍ଟ କ୍ରିକେଟରେ ପ୍ଲେଇଂ ଇଲେଭନ ପୂରା ଖରାପ ଅଛି । କୋଚ ଓ କ୍ୟାପଟେନଙ୍କ ମଧ୍ୟରେ ତାଳମେଳ ନରହିବା ଯୋଗୁଁ ଦଳ ଏପରି ଦଶା ଭୋଗୁଛି । ଭାରତୀୟ ଦଳରେ ପରିବର୍ତ୍ତନ ଦରକାର ଓ ସନିୟର ପ୍ଲେୟାର ମଧ୍ୟ ଫର୍ମକୁ ଫେରିବା ଦରକାର । ବିରାଟ ଓ ରୋହିତଙ୍କ ପ୍ରଦର୍ଶନ ପୁରା ଖରାପ । ଏହି ଦୁଇ ଜଣ ନିଜ ଆଡୁ ଅବସର ନେଇୟିବା ସହ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଆବଶ୍ୟକ । ଆଇପିଏଲ ପାଇଁ ଟେଷ୍ଟ କ୍ରିକେଟରେ ବଦନାମ ହେଉଛି ଟିମ ଇଣ୍ଡିଆ । ଟିମର ବରିଷ୍ଠ ଖେଳାଳି ମାନେ ଆଇପିଏଲ ପ୍ରେମ ବଢିବା ପରେ ଟେଷ୍ଟ କ୍ରିକେଟରେ ଭାରତର ପଦର୍ଶନ ସମ୍ପୂର୍ଣ୍ଣ ରୂପେ ନୈରାଶ୍ୟଜନକ ରହିଛି। '' ଆଗକୁ ଆସୁଛି ବଡ଼ର ଗାଭସ୍କର ଟ୍ରଫି । ଯଦି ଟିମ ଇଣ୍ଡିଆ ତା ପୂର୍ବରୁ ନିଜ ଦଳକୁ ନ ସଜାଡେ ତେବେ ଅଷ୍ଟ୍ରଲିଆ ମାଟିରେ ଭାରତ ନିଜ ଅସ୍ତିତ୍ୱ ହରାଇବ ବୋଲି ଆକଳନ କରିଛନ୍ତି ପୂର୍ବତନ କ୍ରିକେଟର ତଥା କ୍ରୀଡ଼ା ସମୀକ୍ଷକ ପବନ ଅଗ୍ରୱାଲ ।
ଏହା ମଧ୍ୟ ପଢନ୍ତୁ-ଟେଷ୍ଟ କ୍ରିକେଟରୁ ଅବସର ନେବେ କି ରୋହିତ ? ଏମିତି କହିଲେ ପୂର୍ବତନ କ୍ରିକେଟର
ଇଟିଭି ଭାରତ, କଟକ