ଓଡିଶା

odisha

ETV Bharat / videos

ବଡ଼ଚଣାରେ ବସ ଦୁର୍ଘଟଣା: ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ, 10 ଯାତ୍ରୀ ଆହତ - Bus Accident in Jajpur

By ETV Bharat Odisha Team

Published : Jun 8, 2024, 5:07 PM IST

Bus Accident in Jajpur: ଯାଜପୁର: ବଡ଼ଚଣା କଡେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କୋଲକାତାର ଧର୍ମତାଲାରୁ ପୁରୀ ଯାଉଥିବା ଶ୍ୟାମଲୀ ଭଲଭୋ ପାସେଞ୍ଜର ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବସଟି ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଯାତ୍ରୀ ଆହତ ହୋଇଛନ୍ତି । ସେହି 10 ଯାତ୍ରୀଙ୍କ ମଧ୍ୟରୁ 4ଜଣ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ 6 ଜଣ ଆହତଙ୍କର ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଭୋରରୁ ଏକ ଭଲଭୋ ପାସେଞ୍ଜର ବସ ଦ୍ରୁତଗତିରେ ଧର୍ମତାଲା ଅଞ୍ଚଳରୁ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା l ହଠାତ କୌଣସି କାରଣରୁ ବଡ଼ଚଣା କଡେଇ ଛକରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା l

ଏହା ମଧ୍ୟ ପଢ଼ନ୍ତୁ.. କଳାହାଣ୍ଡିରେ ସଡ଼କ ଦୁର୍ଘଟଣା, ସାବିତ୍ରୀରେ ଗଲା ଦୁଇ ଜୀବନ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details