ଓଡିଶା

odisha

ETV Bharat / videos

ରାଜ୍ୟସ୍ତରୀୟ ସର୍‌ଗି ଫୁଲ ଉତ୍ସବ-୨୦୨୪ ଉଦଘାଟିତ - SARGIFUL UTSAV

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ସର୍‌ଗି ଫୁଲ ଉତ୍ସବ-୨୦୨୪ । ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନି ଦିନବ୍ୟାପୀ ଚାଲିବ। ଏହି ଉଦଘାଟନୀ ଉତ୍ସବରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା 'ସର୍‌ଗି ଫୁଲ- ୨୦୨୪' ଲୋକାର୍ପିତ ହୋଇଛି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଉତ୍ସବର ଉଦଘାଟନ କରିଛନ୍ତି । ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗ ଦେଇଥିବାବେଳେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସୃଜନଶୀଳତାର ପ୍ରକଳ୍ପ ପଦର୍ଶିତ ହୋଇଥିଲା । କୁନି କୁନି ପିଲାଙ୍କ ଏହି ପ୍ରତିଭାର ପାରଦର୍ଶିତାକୁ ବୁଲି ଦେଖିଥିଲେ ମନ୍ତ୍ରୀ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି। 

ଏହା ବି ପଢନ୍ତୁ...21ରୁ ଦୁଲୁକିବ ଦଲକି ଓ କୁମୁଡାପାଲି, ଧନୁଯାତ୍ରା ବେଳେ ଏହି ଗାଁ ସାଜିବ ଗୋପପୁର ଓ ମଥୁରା

ଏହା ବି ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ: ସ୍ବଚ୍ଛ, ସୁନ୍ଦର ଓ ଆକର୍ଷଣୀୟ ହେବ ରାଜଧାନୀ, ଆୟୋଜନ ହେବ ୧୦ ଉତ୍ସବ

ଏହାସହ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ୫୦ ଟି ଉଚ୍ଚ ବିଦ୍ୟାଳୟକୁ ସମ୍ମାନିତ କରାଯାଇଛି । ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ୧୦୦୦ରୁ ଊର୍ଦ୍ଧ୍ଵ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଏହି ଉତ୍ସବରେ ଦଶମ ବୋର୍ଡ଼ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀ ସମ୍ମାନିତ ହୋଇଛନ୍ତି ।
 

ଏହି ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ରବି ନାୟକ କହିଛନ୍ତି, "ଆଗାମୀ ପିଢିଙ୍କୁ ପ୍ରେରଣା ଦେବାର ଉତ୍ସବ ହେଉଛି ସର୍ଗିଫୁଲ ଉତ୍ସବ । ୩୮ ପ୍ରତିଶତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗର ଯୁବପିଢ଼ିକୁ ଏହା ପ୍ରେରଣା ଦେବାସହ ସେମାନଙ୍କର ବିକାଶ ଦିଗରେ କାର୍ଯ୍ୟ କରୁଛି  ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details