ଓଡିଶା

odisha

ଇଦରେ ଚଳଚଞ୍ଚଳ ଜାମା ମସଜିଦ, ସାମୁହିକ ନମାଜ ପାଠ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ - Eid Ul Fitr 2024

By ETV Bharat Odisha Team

Published : Apr 11, 2024, 8:46 PM IST

Jama Masjid

Eid Ul Fitr 2024 Celebration at Jama Masjid: ନୂଆଦିଲ୍ଲୀ: ମୁସଲିମ ଧର୍ମାବଲମ୍ବୀଙ୍କ ଲାଗି ଆଜି ବେଶ ପବିତ୍ର ଦିନ । ମାସ ସାରା ଉପବାସ ପରେ ଆଜି ସାରା ଦେଶ ପାଳୁଛି ଇଦ-ଉଲ-ଫିତର । ଏଥିଲାଗି ଦେଶର ବିଭିନ୍ନ ମସଜିଦରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଏହି ଅବସରରେ ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସାମୁହିକ ନମାଜ ପାଠ ସହିତ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ମୁସଲିମ ଭାଇ ଭଉଣୀ । ଇଦ-ଉଲ-ଫିତରକୁ ଉପବାସ ଭାଙ୍ଗିବା ପର୍ବ ଭାବେ ପାଳନ କରାଯାଏ । ସାରା ବିଶ୍ବରେ ମୁସଲିମ ଧର୍ମାବଲମ୍ବୀ ଏହାକୁ ବେଶ ଧୁମଧାମର ସହିତ ପାଳନ କରନ୍ତି । ଏହି ପର୍ବ ଇସଲାମ ଧର୍ମରେ ଆନନ୍ଦ, କୃତଜ୍ଞତା ଏବଂ ଏକତାର ପର୍ବ ଭାବେ ପାଳନ କରାଯାଏ । ତେବେ ଜାମା ମସଜିଦ ପରିସରରୁ ଦେଖନ୍ତୁ ଇଦ ପର୍ବ ପାଳନର ଦୃଶ୍ୟ । 

ଏହା ବି ପଢନ୍ତୁ- ଆଜି ପବିତ୍ର ଇଦ୍ ଉଲ ଫିତର, ବଲାଙ୍ଗୀରରେ ସମୂହ ଇଦ୍ ନମାଜ ପାଠ

ABOUT THE AUTHOR

...view details