ଓଡିଶା

odisha

By ETV Bharat Odisha Team

Published : Jun 9, 2024, 5:01 PM IST

ETV Bharat / videos

ଓଃ କି ସୁଆଦିଆ; ମହଙ୍ଗା ଯୁଗରେ ଟଙ୍କିକିଆ ବରା, ସାଙ୍ଗକୁ ଆଳୁ କସା ଓ ଘୁଗୁନିର ଚଟପଟା ମଜା - ONE RUPEE VADA

Cheapest Vada: ଖୋର୍ଦ୍ଧା: ମହଙ୍ଗା ଯୁଗରେ ସବୁଠି ସବୁ ଜିନିଷର ଦର ଚଢା ହୋଇ ରହିଛି । ସାଧାରଣ ଚଳଣିରେ ପ୍ରତ୍ୟେକ ସାମଗ୍ରୀ ଏବେ ସାଧାରଣ ଲୋକଙ୍କୁ ବହୁ ବାଧୁଥିବା ବେଳେ, ଖୋର୍ଦ୍ଧାରେ ଏକ ଛୋଟ କ୍ୟାବିନ ଭିତରେ ବାଳକୃଷ୍ଣ ସେନାପତି ଏବେ ବି ବଞ୍ଚେଇ ରଖଛନ୍ତି ଏକ ଟଙ୍କିଆ ବରା, ଚପ ଓ ପିଆଜି । ଗୁରୁଜଙ୍ଗର ବାଳକୃଷ୍ଣ ସେନାପତି ଦୀର୍ଘ 20 ବର୍ଷ ଧରି ଖୋର୍ଦ୍ଧା ପୋଷ୍ଟ ଅଫିସ ଛକରେ କରିଛନ୍ତି ଏକ ଟଙ୍କିଆ ବରା । ଯାହାର ଚାହିଦା ଦୀର୍ଘ ଦିନ ହେବ ରହିଆସିଛି । 25 ପଇସାରୁ ଆରମ୍ଭ କାରି ଏବେ ଏକ ଟଙ୍କାରେ ପହଁଚିଛି ତାଙ୍କ ହାତ ତିଆରି ସ୍ୱାଦିଷ୍ଟ ବରା, ପିଆଜି ଓ ଚପ । ସନ୍ଧ୍ୟା ହେଲେ ଖୋର୍ଦ୍ଧା ପୋଷ୍ଟ ଅଫିସକୁ ଲାଗିକରି ରହିଥିବା ବାଳକୃଷ୍ଣଙ୍କ ଛୋଟ କ୍ୟାବିନ ଆଗରେ ଭିଡ଼ ଜମେ । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଏକ ଟଙ୍କିଆ ବରା, ପିଆଜି ଓ ଚପ ସହ ଆଳୁ କସା ଓ ଘୁଗୁନିର ଚଟପଟା ମଜା ନେଇଥାନ୍ତି । ମହଙ୍ଗା ଯୁଗରେ ଏଭଳି ସସ୍ତାରେ ସ୍ୱାଦିଷ୍ଟ ଟଙ୍କିକିଆ ଜଳଖିଆ କରି ଖୋର୍ଦ୍ଧାବାସୀଙ୍କ ମନ ଜିଣିଛନ୍ତି ବାଳକୃଷ୍ଣ । ବର୍ତ୍ତମାନ ମହରଗ ଯୁଗରେ ଟଙ୍କିକିଆ ଜଳଖିଆ ଯେ କେବଳ ଲୋକଙ୍କୁ ସନ୍ତୁଷ୍ଟ କରୁଛି ତାହା ନୁଁହ ବରଂ ବାଳକୃଷ୍ଣ ଏହି ବ୍ୟବସାୟରୁ ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି । ଦୈନିକ ଏହି ଜଳଖିଆ ଦୋକାନରୁ 3ରୁ 4 ହଜାର ଟଙ୍କା ରୋଜଗାର କରି ପରିବାର ଚଳାଉଥିବା କହିଛନ୍ତି ବାଳକୃଷ୍ଣ ।

ଏହା ମଧ୍ୟ ପଢ଼ନ୍ତୁ...ଖାଦ୍ୟରେ ଅତ୍ୟଧିକ ଲଙ୍କା ଖାଉଥିଲେ ସାବଧାନ ! ଏହି ରୋଗର ହୋଇପାରନ୍ତି ଶିକାର - Chili benefits and side effects
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details