ଓଡିଶା

odisha

By ETV Bharat Odisha Team

Published : Jun 27, 2024, 8:07 AM IST

ETV Bharat / videos

ସେମିଫାଇାନଲରୁ ଫାଇନାଲ ଯିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ: କ୍ରିକେଟ ସମୀକ୍ଷକ - T20 World Cup 2024

କଟକ: ଆଜି ଟି-20 ବିଶ୍ବକପ ସେମିଫାଇନାଲ ମୁକାବିଲା । ପ୍ରଥମ ମ୍ୟାଚ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଉପରେ ପୁରା ବିଶ୍ବବାସୀଙ୍କ ନଜର । କାରଣ ଆଜିର ମ୍ୟାଚ ଯିଏ ଜିତିବ ସିଧା ଫାଇନାଲକୁ ଯିବ । ଚଳିତଥର ଆଇସିସି ଟି-20 ବିଶ୍ବକପ ଟ୍ରଫି ହାତେଇବା ପାଇଁ ଗୋଲ୍ଡେନ ଅପରଚ୍ୟୁନିଟି ରହିଛି ଭାରତ ପାଇଁ । ଦଳ ପୁରା ଫର୍ମରେ ରହିଛି । ଏଥର ଭାରତର ଟ୍ରଫି ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । ଅଷ୍ଟ୍ରେଲିଆ ସେମିଫାଇନାଲ ରେସରୁ ବାଦ ପଡିବା ପରେ ବର୍ତ୍ତମାନ ଭାରତର ଫାଇନଲ ଟ୍ରଫି ହାତେଇବା ଆଶା ଏକପ୍ରକାର ଉଜ୍ଜୀବିତ ହୋଇଛି । ଚଳିତବର୍ଷ ବିଶ୍ୱକପରେ ଭାରତ ଅପରାଜୟୀ ରହିଥିଲା ବେଳେ ବିଶ୍ୱକପ ଟ୍ରଫି ହାତେଇବା ପାଇଁ ସବୁ ପ୍ରୟାସ ଜାରି ରଖିଛି ଟିମ ଇଣ୍ଡିଆ । ତେବେ ସେମି ମୁକାବିଲାରେ ଭାରତ ଇଂଲଣ୍ଡ ବାହିନୀକୁ ପରାଜୟର ରାସ୍ତା ଦେଖାଇ ଫାଇନଲରେ ପ୍ରବେଶ କରିବା ନେଇ ଆଶା ରଖିଛନ୍ତି ସମସ୍ତ କ୍ରିକେଟ ଫ୍ୟାନ୍ସ । 
 

ଏହା ମଧ୍ୟ ପଢନ୍ତୁ-ବର୍ଷା ଧୋଇଦେବ ସେମି-ଫାଇନାଲ ! ଖେଳ ନହେଲେ କାହାକୁ ମିଳିବ ଫାଇଦା ? ଦେଖନ୍ତୁ ସମ୍ପୂର୍ଣ୍ଣ ସମୀକରଣ - T20 World Cup 2024

ଇଟିଭି ଭାରତ, କଟକ

ABOUT THE AUTHOR

...view details