ଆକର୍ଷଣୀୟ ବାଲୁକା କଳାରେ ହନୁମାନ ଜୟନ୍ତୀ ଶୁଭେଚ୍ଛା - HANUMAN JAYANTI 2024 - HANUMAN JAYANTI 2024
Published : Apr 23, 2024, 10:46 AM IST
ପୁରୀ: ଆଜି ପବିତ୍ର ହନୁମାନ ଜୟନ୍ତୀ । ସାରା ଦେଶରେ ବଡ ଧୁମଧାମରେ ଅଞ୍ଜନ ପୁତ୍ରଙ୍କ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ପୁରୀ ନୀଳାଦ୍ରୀ ବିଚରେ ମହାବୀର ହନୁମାନଙ୍କ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ ହନୁମାନଙ୍କ ମୁଖ ସହିତ ତାଙ୍କର ଗଦାକୁ ବାଲୁକା କଳାରେ ସ୍ଥାନିତ କରିଛନ୍ତି । ବେଳାଭୂମିରେ ସୁଦର୍ଶନଙ୍କ ଏହି ସୁନ୍ଦର ବାଲୁକା କଳ ଦେଖିବା ଲାଗି ପର୍ଯ୍ୟଟଙ୍କ ଭିଡ ଜମୁଛି । ଭାରତର ଅଧିକାଂଶ ରାଜ୍ୟରେ ଚୈତ୍ର ପୂର୍ଣ୍ଣିମା କିମ୍ବା ବୈଶାଖ ମାସରେ ହନୁମାନ ଜୟନ୍ତୀ ପାଳନ ହୁଏ । ମହାବୀର ହନୁମାନ ପ୍ରଭା ରାମଙ୍କର ଜଣେ ପରମ ଭକ୍ତ ଏବଂ ରାମଙ୍କ ପ୍ରତି ତାଙ୍କର ଅପାର ଭକ୍ତି ପାଇଁ ଜଣାଶୁଣା । ଅଞ୍ଜାନେରୀ ପର୍ବତରେ ତାଙ୍କର ଜନ୍ମ । ହନୁମାନଙ୍କୁ ପବନ ପୁତ୍ର ବୋଲି ମଧ୍ୟ କୁହାଯାଏ ।