ଓଡିଶା

odisha

ETV Bharat / videos

ଫସର ଫାଟିଲା ଡିଲ୍‌, ବଜ୍ରକାପ୍ତା ଚାଲାଣ ବେଳେ ମାଡି ବସିଲା STF

By ETV Bharat Odisha Team

Published : 5 hours ago

ବଲାଙ୍ଗୀର: ବଜ୍ରକାପ୍ତା ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କଲା ଏସଟିଏଫ । ବଜ୍ରକାପ୍ତା ଚୋରାଚାଲାଣ ବେଳେ ବଲାଙ୍ଗୀରରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ 4 ଜଣ ଗିରଫ । ଗତକାଲି(ଶୁକ୍ରବାର) ବଲାଙ୍ଗୀରରେ ଏହି ଚୋରା ଚାଲାଣ ହେଉଥିବାର ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା ଜଙ୍ଗଲ ବିଭାଗ ଏସଟିଏଫ । ବଲାଙ୍ଗୀର ସୋନପୁର ରାସ୍ତାରେ ପୁଇନ୍ତଳାରେ ଏହି ଚଢାଉ କରିଥିଲା । ତେବେ ପୁଇଁନ୍ତଳା ଥାନା ଅନ୍ତର୍ଗତ ତପୋବନ ଆଶ୍ରମ ଛକ ଠାରେ ଲୁପ୍ତ ପ୍ରାୟ ବଜ୍ରକାପ୍ତାର ଡ଼ିଲ ଚାଲିଥିଲା । ଏହି ସମୟରେ ଏସଟିଏଫ  ଚଢାଉ କରିଥିଲା । ଯେଉଁଥିରେ ଚାରି ଜଣ ବଲାଙ୍ଗୀର ପୁଇନ୍ତଳାର ଧବଳେଶ୍ଵର ବାଗ ଓ ସୁରେନ୍ଦ୍ର କୁମାର ବାଗ ସୋନପୁର ଜିଲ୍ଲାର ପ୍ରତାପ ଦୀପ ଓ ବୃନ୍ଦାବନ ଦନ୍ତାଙ୍କୁ ଏସଟିଏଫ ଗିରଫ କରିଥିଲା । ତେବେ ଏମାନଙ୍କ ଠାରୁ ଏକ ଲୁପ୍ତ ପ୍ରାୟ ଜୀବନ୍ତ ବଜ୍ରକାପ୍ତା ଓ ଶିକାର ସାମଗ୍ରୀ ଜବତ କରିଥିଲା ଏସଟିଏଫ ।  

ଗିରଫ ଚାରି ଜଣଙ୍କୁ ଏସଟିଏଫ୍ କେସ ନମ୍ବର 21 ରେ ଦଫା 303(2), 317(2), 61 (2)a, ଏଵଂ ବନ୍ୟା ଜନ୍ତୁ ସଂରକ୍ଷଣ ଆଇନ ସେକସନ୍ 51ରେ ବଲାଙ୍ଗୀର ଏସଡିଜେଏମଙ୍କ କୋର୍ଟକୁ ଚାଲାଣ କରିଛି । ସେହିପରି ଏମାନଙ୍କର ଜାମିନ ନା ମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଉଦ୍ଧାର ବଜ୍ରକାପ୍ତାକୁ ବଲାଙ୍ଗୀର ଜଙ୍ଗଲ ରେଞ୍ଜ ବିଭାଗକୁ ହସ୍ତାନ୍ତର କରାଯାଇଛି।  

ଏହା ମଧ୍ୟ ପଢନ୍ତୁ:

ଫସର ଫାଟିଲା ବଜ୍ରକାପ୍ତା ବିକ୍ରି ଯୋଜନା, ମାଡି ବସିଲା STF

ବିଲୁପ୍ତ ପ୍ରାଣୀଙ୍କ କଙ୍କାଳରେ ଅଳଙ୍କାର ବିକ୍ରି, ଭୁବନେଶ୍ବର ଏକ ଦୋକାନରେ DRI ରେଡ୍ - Wildlife products seized

ବଜ୍ରକାପ୍ତା ରାକେଟର ପର୍ଦ୍ଦାଫାସ, 6 ଗିରଫ

ବଜ୍ରକାପ୍ତା ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details