ଓଡିଶା

odisha

ETV Bharat / videos

ଆଜି କୁମାର ପୂର୍ଣ୍ଣିମା; କୁମାରୀ ବେଶରେ ଦର୍ଶନ ଦେଲେ ମା’ ବିରଜା

By ETV Bharat Odisha Team

Published : 4 hours ago

ଯାଜପୁର: ଆଜି କୁମାର ପୂର୍ଣ୍ଣିମା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ପାଳିତ ହେଉଛି କୁମାର ଉତ୍ସବ। ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଥିବା ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ସକାଳୁ ଆଜି ମା’ ଙ୍କ ନିକଟରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ ମା’ଙ୍କୁ କୁମାରୀ ବେଶ କରାଯାଇଥାଏ । ଅପରାହ୍ନରେ କୁମାର ଉତ୍ସବ ଅବସରରେ ଅକ୍ଷକ୍ରୀଡା ଅନୁଷ୍ଠିତ ହୋଇଥାଏ । ବିରଜା ଦଶମୀରେ ବିଷର୍ଜିତ ହୋଇଥିବା ମା’ ବିରଜାଙ୍କ ରଥ ଆସନ୍ତା କାଲିଠାରୁ ଖୋଲା ଯାଇ ରଥ ଖଳାକୁ ଯାଇଥାଏ । ଶାରଦୀୟ ପୂଜା ସରିବା ପରେ ଆଜିଠାରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ବିଶେଷ ଭାବେ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଏହାକୁ ଗଣପର୍ବ ଭାବେ ବେଶ ଧୂମଧାମରେ ପାଳନ କରାଯାଉଛି । ରାଜ୍ୟରେ ଲକ୍ଷ୍ମୀ ପୂଜା ପାଇଁ ଉଭୟ ସହରର ଭିନ୍ନ ଏକ ପରିଚୟ ରହିଛି । ଉଭୟ ସହରରେ ଚାନ୍ଦି ମେଢ ସହ ପ୍ରାୟ ଶତାଧିକ ମଣ୍ଡପରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି । 

ABOUT THE AUTHOR

...view details