ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର - Dharmendra Pradhan Campaign - DHARMENDRA PRADHAN CAMPAIGN
🎬 Watch Now: Feature Video
Published : May 22, 2024, 10:50 PM IST
Dharmendra Pradhan Campaign: ଅନୁଗୋଳ: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହୋଇଛି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମାରାଥନ ପ୍ରଚାର କରିଛନ୍ତି । ପ୍ରଥମେ ସେ ଛେଣ୍ଡିପଦା ମେଳଣ ପଡ଼ିଆ ଠାରେ ପହଞ୍ଚି ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ... ଓଡିଶା ବିକାଶରେ ନଂ 1, ପୋଲ ଖୋଲିଲା ବିଜେପି - BJP Targets Bjd
ଏହାପରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବଡ଼ ପଡିଆ ଠାରେ ମଧ୍ୟ ଅନ୍ୟ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ସବୁ ସଭାରେ ସେ ରାଜ୍ୟ ସରକାରଙ୍କ ଅପାରଗତାକୁ କହିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ କହିଥିଲେ । ଏଥର ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆସୁଅଛି ।
ଇଟିଭି ଭାରତ, ଅନୁଗୋଳ