ଓଡିଶା

odisha

ETV Bharat / videos

ସାଲେପୁର ସମର: ନାମାଙ୍କନ ଭରିଲେ ଅରିନ୍ଦମ ରାୟ ଓ ପ୍ରଶାନ୍ତ ବେହେରା - Odisha Assembly Election 2024

By ETV Bharat Odisha Team

Published : May 9, 2024, 8:37 PM IST

Salepur MLA candidates file Nomination: କଟକ: ନାମାଙ୍କନ ଭରିଲେ ସାଲେପୁରର ଦୁଇ ହେବିୱେଟ ନେତା । ବିଜେଡି ପକ୍ଷରୁ ପ୍ରଶାନ୍ତ ବେହେରା ତାଙ୍କ ଦଳୀୟ କର୍ମୀଙ୍କ ସହିତ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ଅନ୍ୟପଟେ ବିଜେପି ପକ୍ଷରୁ ଅରିନ୍ଦମ ରାୟ ବିରାଟ ଶୋଭାଯାତ୍ରାରେ ଆସି ତାଙ୍କ ନାମାଙ୍କନ ଭରିଛନ୍ତି । ତେବେ ଏହି ସମୟରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଜମୁଛି ନିର୍ବାଚନ ପ୍ରଚାର, ଗାଁ ଗାଁ ବୁଲି ଭୋଟ ମାଗିଲେ ଦୀପାଳି - Election Campaigning In Jharsuguda

ନାମାଙ୍କନ ଦାଖଲ କରିବା ପରେ ନିଜ ପ୍ରତିକ୍ରିୟାରେ ଅରିନ୍ଦମ କହିଛନ୍ତି ଯେ, ଶାସକ ଦଳ ଅର୍ଥ ବଳରେ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ହେଲେ ଦେଶରେ ଚାଲିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଓ ବିକାଶକୁ ଲୋକେ ନିଶ୍ଚୟ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିଛନ୍ତି ଅରିନ୍ଦମ । ଏହାସହ କଟକ ଛାଡି ସାଲେପୁରରେ ନିର୍ବାଚନ ଲଢ଼ିବା ମୋର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଅନ୍ୟପଟେ ଗତବର୍ଷ ଭଳି ବିଜେଡି ଆସନ୍ତା ନିର୍ବାଚନରେ ଏକ ତରଫା ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ । ତେବେ ଆସନ୍ତା ଜୁନ 1 ତାରିଖରେ ସାଲେପୁରରେ ହେବ ମତଦାନ । ଏନେଇ ସରିଛି ବିଜ୍ଞପ୍ତି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିଲା ବେଳେ କିପରି ଅବାଧ ଓ ନିରେପକ୍ଷ ନିର୍ବାଚନ ହେବ ସେନେଇ ସମସ୍ତ ଯୋଜନା ଶେଷ ହୋଇଥିବା କହିଥିଲେ ଅତରିକ୍ତ ଜିଲ୍ଲାପାଳ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details