ଓଡିଶା

odisha

ETV Bharat / videos

ଜବରଦଖଲ ଉଚ୍ଛେଦକୁ ବିଜେଡିର ବିରୋଧ, ବିଧାୟକ ଓ ରେଳବାଇ ଅଧିକାରୀ ମୁହାଁମୁହିଁ - Sarada Nayak opposed eviction

By ETV Bharat Odisha Team

Published : Jul 5, 2024, 10:24 PM IST

Sarada Nayak opposed eviction: ରାଉରକେଲା: ରାଉରକେଲାରେ ତୃତୀୟ ରେଳ ଲାଇନ ପ୍ରକଳ୍ପକୁ ନେଇ ଆଜି ବିଜେଡି ପ୍ରତିବାଦ ପ୍ରଦର୍ଶନ କରିଛି । ରେଳ ଲାଇନ ପ୍ରକଳ୍ପକୁ ନେଇ ଘର ଭଙ୍ଗାରୁଜା ଘଟଣାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବିଧାୟକ ସାରଦା ନାୟକ । କେନ୍ଦ୍ର ସରକାର ରାଉରକେଲା ପ୍ରତି ଉଦାସୀନତା ପ୍ରଦର୍ଶନ କରୁଛନ୍ତି ଏବଂ ଲୋକଙ୍କ ସ୍ବାର୍ଥକୁ ଭୁଲିଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାରଦା । ଏପରିକି ବିଜେପି ସରକାର ଗଢିଲା ପରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ନିଜ ଏଜେଣ୍ଡା ଚଳାଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ।

ରାଉରକେଲା ସହରରେ ତୃତୀୟ ରେଳ ଲାଇନ ପ୍ରକଳ୍ପକୁ ନେଇ ବର୍ତ୍ତମାନ ବିରୋଧ ଜୋର ଧରିଛି । ବିଜେଡି ମଧ୍ୟ ଏହାକୁ ବିରୋଧ କରିଛି । ତେବେ ଦୀର୍ଘ ୪୦-୫୦ ବର୍ଷ ଧରି ବସବାସ କରୁଥିବା ବସ୍ତିବାସୀଙ୍କୁ ବନ୍ଧମୁଣ୍ଡା ଅଞ୍ଚଳ ସହ ରାଉରକେଲାର ବିଭିନ୍ନ ଅଞ୍ଚଳରୁ ଉଚ୍ଛେଦ କରିବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି । ତୃତୀୟ ରେଳ ଲାଇନ ନିର୍ମାଣ ନାଁରେ ଇନ୍ଦିରା ନଗର, ରିମଝିମ ବସ୍ତି, ମାଲଗୋଦାମ, କୁମ୍ଭାରପଡା, ଆମ୍ବେଦକର ନଗର, ହରିପୁର, ଏଫ୍‌ସିଆଇ, ଗଙ୍ଗାଧରପାଲ୍ଲି ଉତ୍ୟାଦି ବସ୍ତି ଅଞ୍ଚଳରୁ ପ୍ରାୟ ୩୦୦୦ ପରିବାରକୁ ଉଚ୍ଛେଦ କରିବାକୁ ନିଷ୍ପରି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦୦୦ ପରିବାରଙ୍କୁ ନୋଟିସ ଦିଆଯାଇଥିବା ବୋଲି କହିଛନ୍ତି ରାଉରକେଲା ବିଧାୟକ ସାରଦା ନାୟକ । ବିଗତ ବର୍ଷରେ ବିଭିନ୍ନ ସମୟରେ ରେଳବାଇ ପକ୍ଷରୁ ତୃତୀୟ ରେଳ ଲାଇନ ନିର୍ମାଣ ନାଁରେ ବସ୍ତିବାସୀଙ୍କୁ ବିନା ଥଇଥାନରେ ଉଚ୍ଛେଦ କରାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ । ଏହି ଉଦ୍ୟମକୁ ସେ ଦୃଢ଼ ବିରୋଧ କରିଛନ୍ତି । ରେଳବାଇ ବିଭାଗ ପକ୍ଷରୁ ଆଜି ଘର ଭଙ୍ଗା ଯାଉଥିଲାବେଳେ ଖବର ପାଇ ରାଉରକେଲା ବିଧାୟକ ସେଠାରେ ପହଞ୍ଚିଥିଲେ ଏବଂ ଭଙ୍ଗାରୁଜାକୁ ବନ୍ଦ କରିଥିଲେ । ତେବେ ଆଜି ଏହି ମାମଲାରେ ବିଜେଡି ପକ୍ଷରୁ ଏକ ବିଶାଳ ରାଲି ପ୍ରଦର୍ଶନ କରି ବିରୋଧ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜବରଦଖଲ ଉଚ୍ଛେଦକୁ କଡ଼ା ବିରୋଧ,ମୁହାଁମୁହିଁ ହେଲେ ବିଧାୟକ ଓ ରେଳବାଇ ଅଧିକାରୀ - foreclosure eviction in Kantabanji

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details