ଓଡିଶା

odisha

ETV Bharat / videos

ଗୋଆରେ ଚମକିଲେ ଷ୍ଟିଲ ସିଟିର ଜସ୍ମିନ, ସୁନ୍ଦରୀ ପ୍ରତିଯୋଗିତାରେ ହେଲେ ଦ୍ୱିତୀୟ ରନର୍ସ ଅପ୍‌ - Rourkela Girl Jasmin Patra Success

By ETV Bharat Odisha Team

Published : Jul 15, 2024, 6:16 PM IST

ରାଉରକେଲା: କମାଲ କଲେ ରାଉରକେଲାର ଝିଅ ଜସ୍ମିନ ପାତ୍ର । ଗୋଆରେ ଆୟୋଜିତ ବିୟୁଟି କଣ୍ଟେଷ୍ଟରେ ରାଉରକେଲାରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ରନର୍ସ ଅପ ଭାବରେ ବିଜୟୀ ହୋଇଛନ୍ତି । ରାଉରକେଲା ସହରର ସେକ୍ଟର ୬ ଅଞ୍ଚଳରେ ମିନତୀ ପାତ୍ର ଏବଂ ଅର୍ଜୁନ ପାତ୍ରଙ୍କ ଝିଅ ହେଉଛନ୍ତି ଜସ୍ମିନ ପାତ୍ର । ବର୍ତ୍ତମାନ ସେ ମିସ ଟିନ ସୁପର ଗ୍ଲୋବାଲ ଇଣ୍ଟରନ୍ୟାସନାଲରେ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଗୋଆରେରେ ଅନୁଷ୍ଠିତ ମିସ୍ ଟିନ୍ ସୁପର ଗ୍ଲାବାଲ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ରାଉରକେଲା ଜସ୍ମିନ ପାତ୍ର ଦ୍ଵିତୀୟ ଉପବିଜେତା ହୋଇ ରାଉରକେଲା ସମେତ ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି । 

ଜସ୍ମିନ ପୂର୍ବରୁ ମଡେଲ ହେବା ପାଇଁ ଇଚ୍ଛୁକ ଥିଲେ ଏବଂ ଏହି ପ୍ରତିଯୋଗିତା ପାଇଁ ଅଡିସନ ଭିଡିଓ ଦେବା ପରେ ଫାଇନାଲ ପାଇଁ ମନୋନୀତ ହୋଇଥିଲେ । ଗୋଆରେ ୧୭ଟି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ ଗ୍ରହଣ କରିଥିଲେ । ସେଠାରେ ୩ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଫାଇନାଲରେ ସେ ଗ୍ରୁମିଂ, ଫଟୋ ସେସନ ଆଦି ପର୍ଯ୍ୟାୟରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଜସ୍ମିନ ରାଉରକେଲା ସରକାରୀ ସ୍ବୟଂ ଶାସିତ ମହା ବିଦ୍ୟାଳୟରେ +୩ କଳା ଶ୍ରେଣୀର ପ୍ରଥମ ବର୍ଷର ଛାତ୍ରୀ । ଜସ୍ମିନ କହିଛନ୍ତି ଯେ ପାଠ ପଢା ସହିତ ଏହି ମଡେଲିଂକୁ ସେ ଗୁରୁତ୍ବ ଦେବେ । 

ଏହି ସଫଳତା ତାଙ୍କୁ ଆଗକୁ ବଢିବା ପାଇଁ ବାଟ ଦେଖାଇଥ‌ିବା ବେଳେ ସେ ଅଭିନୟରେ ନିଜ ପ୍ରତିଭା ଦେଖାଇ ସିନେମା ଓ ଗୀତ ସୁଟିଂକୁ ଆଗକୁ ପ୍ରାଧାନ୍ୟ ଦେବେ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ସପରିବାର ବେଶ ଖୁସି ଅଛନ୍ତି ଏବଂ ବର୍ତ୍ତମାନ ଘର ଲୋକେ ବହୁତ ଖୁସି ହୋଇ ଆଗକୁ ଝିଅ କିଭଳି ମଡେଲିଂରେ ବଢିବା ସହ ନାଁ ଉଚ୍ଛା କରିବେ ବୋଲି ଆଶା କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ବୌଦ୍ଧ ପାଇଁ ଗୌରବ ଆଣିଲେ ବାଦଲ, ଆନ୍ତର୍ଜାତିକ ଚାମ୍ପିଅନସିପ ପାଇଁ ଯିବେ ଇଣ୍ଡୋନେସିଆ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details