ଓଡିଶା

odisha

ETV Bharat / videos

ସବ ରେଜିଷ୍ଟର କାର୍ଯ୍ୟାଳୟକୁ ଅଚାନକ ଆସିଲେ ରାଜସ୍ବ ମନ୍ତ୍ରୀ, ଦେଲେ କଡା ନିର୍ଦ୍ଦେଶ

By ETV Bharat Odisha Team

Published : 5 hours ago

ସମ୍ବଲପୁର: ରାଜ୍ୟରେ ହେବ ରେରା ଆଇନର ପରିବର୍ତ୍ତନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ । ସେନେଇ ‘ରେରା’ର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ । ଆଜି(ସୋମବାର) ସମ୍ବଲପୁର ଡ଼ିଏସଆର(ସବ ରେଜିଷ୍ଟର) କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରି ଏହା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ l

ଏହା ସହ ଦଲାଲ ମାନଙ୍କୁ ମଧ୍ୟ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।  ମନ୍ତ୍ରୀ କହିଛନ୍ତି, ‘କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲଙ୍କୁ ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ’  ।  

ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନେବା ନେଇ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ  । ଏଥି ସହ ଦୁର୍ନୀତି କଲେ ନିଜେ ତଦନ୍ତ କରିବା ପାଇଁ ପ୍ରସ୍ତୁତ ଥିବା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ଏଥିସହ ମନ୍ତ୍ରୀ ଅଧିକାରୀଙ୍କ ତାଗିଦ କରିବା ସହ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ଏହା ସହ କାର୍ଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ  l

ଏହା ମଧ୍ୟ ପଢନ୍ତୁ:

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ, ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ - RI Amin examination irregularities

ଆହାର କେନ୍ଦ୍ରରେ ରାଜସ୍ବ ମନ୍ତ୍ରୀ, ଭାତ-ଡାଲମା ଖାଇଲେ ଲୋକଙ୍କ ଦୁଃଖ ବୁଝିଲେ - Revenue Minister At Ahar Kendra

ଝାରସୁଗୁଡାରେ ନୂଆଖାଇ ଭେଟଘାଟ, ସାମିଲ ହେଲେ ରାଜସ୍ବମନ୍ତ୍ରୀ - Nuakhai 2024

ଇଟିଭି ଭାରତ, ସମ୍ବଲପୁର 
 

ABOUT THE AUTHOR

...view details