ETV Bharat / international

ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

କାନାଡା ସହ ଭାରତର କୂଟନୈତିକ ସଂପର୍କରେ ତିକ୍ତତା । କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

Prime Minister Narendra Modi meets Canadian PM Justin Trudeau
Prime Minister Narendra Modi meets Canadian PM Justin Trudeau (ANI)

ନୂଆଦିଲ୍ଲୀ: କାନାଡାରୁ ଦୂତାବାସ ପ୍ରତ୍ୟାହାର କଲା ଭାରତ । ଘନେଇଲା ଭାରତ-କାନାଡା କୂଟନୈତିକ ବିବାଦ । କାନାଡ଼ାସ୍ଥିତ ଭାରତର ଅଧିକାଂଶ ଦୂତାବାସ ଓ ହାଇ କମିଶନର ଦୂତାବାସ ପ୍ରତ୍ୟାହାର କଲା ଭାରତ । କାନାଡାରୁ କୂଟନୀତିଜ୍ଞଙ୍କୁ ମଧ୍ୟ ପ୍ରତ୍ୟାହାର କଲା ଭାରତ । କାନାଡ଼ା ସହ ବଢ଼ିଲା ତିକ୍ତତା । କାନାଡା ସହ ଭାରତର କୂଟନୈତିକ ସଂପର୍କରେ ତିକ୍ତତା । କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ । ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କୁ ଦିଲ୍ଲୀ ଡକରା । କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି । ଏପଟେ ଭାରତରେ ଅବସ୍ଥିତ 6 ଜଣ କାନାଡା କୂଟନୈତିଜ୍ଞଙ୍କୁ ଆସନ୍ତା 19 ତାରିଖ ସୁଦ୍ଧା ଦୂତାବାସ ଛାଡିବାକୁ ଆଜି ସିଧା ସିଧା କହିଛି ବୈଦେଶିକ ମନ୍ତ୍ରଣାଳୟ ।

ହାଇକମିଶନରଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଫେରିବାକୁ ନିର୍ଦ୍ଦେଶ । କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ସମନ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତି ବିଶ୍ବାସ ନଥିବା କହିଲା ବୈଦେଶିକ ମନ୍ତ୍ରାଳୟ । ଏପଟେ ବୈଦେଶିକ ମନ୍ତ୍ରଣାଳୟରୁ ସମନ ପାଇ ଫେରିବା ପରେ ଭାରତ ସ୍ଥିତ କାନାଡା କୂଟନୈତିଜ୍ଞ କହିଛନ୍ତି ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ।

କାନାଡା ସହ ଭାରତର କୂଟନୈତିକ ସଂପର୍କରେ ତିକ୍ତତା-

  • କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ।
  • ହାଇକମିଶନରଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଫେରିବାକୁ ନିର୍ଦ୍ଦେଶ
  • କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ସମନ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, "କାନାଡାରେ ବର୍ତ୍ତମାନର ସରକାର ତଥା ଟ୍ରୁଡୋ ସରକାରଙ୍କ ସମୟରେ ଦେଶରେ ହିଂସା ଏବଂ ଚରମପନ୍ଥୀ କାର୍ଯ୍ୟକାଳାପ ବୃଦ୍ଧି ପାଉଛି । କାନାଡା ସ୍ଥିତ ଭାରତୀୟ କୂଟନୀତିଜ୍ଞଙ୍କ ଜୀବନ ପ୍ରତି ବିପଦ ରହିଛି । ବର୍ତ୍ତମାନର କନାଡା ସରକାରଙ୍କ ପ୍ରତି ବିଶ୍ବାସ ନାହିଁ । ଭାରତୀୟ କୂଚନୀତିଜ୍ଞଙ୍କ ସୁରକ୍ଷା ପାଇଁ ଟ୍ରୁଡୋ ସରକାର କୌଣସି ପଦକ୍ଷେପ ନେଉ ନାହାଁନ୍ତି । ତେଣୁ କାନାଡା ସ୍ଥିତ ଭାରତୀୟ ଦୂତାବାସକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ଏହାସହିତ ହାଇକମିଶନରଙ୍କୁ ଆମେ କାନାଡାରୁ ପ୍ରତ୍ୟାହାର କରିବା ସହିତ ଅଧିକାଂଶ ଦୂତାବାସକୁ ବନ୍ଦ କରାଗଲା ।"

ଏହା ବି ପଢନ୍ତୁ- ଟ୍ରୁଡୋଙ୍କ ସଭାରେ ଖଲିସ୍ତାନୀ ସ୍ଲୋଗାନ ଘଟଣା; କାନାଡା ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ - India summons Canada diplomat

ଏହା ବି ପଢନ୍ତୁ- 'ଭାରତର ବାରଣ ପରେ ବି ଅପରାଧିକ ମାମଲାରେ ଜଡ଼ିତ ଲୋକଙ୍କୁ ଭିସା ଦେଉଛି କାନାଡା' - Jaishankar slams Justin Trudeau

ଏହା ବି ପଢନ୍ତୁ- ‘ତଦନ୍ତ ପାଇଁ ପ୍ରସ୍ତୁତ’: ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ପ୍ରମାଣ ଦେଇନି କାନାଡା - Jaishankar on Nijjar killing case

ଏହା ବି ପଢନ୍ତୁ- ଜି-7 ସମ୍ମିଳନୀରେ ମୋଦିଙ୍କୁ ଭେଟିଲେ ଟ୍ରୁଡୋ, ପରେ ପ୍ରତିକ୍ରିୟାରେ କଣ କହିଲେ ! - Justin Trudeau meet PM Modi

ଜି-7 ସମ୍ମିଳନୀରେ ମୋଦି-ଟ୍ରୁଡୋ ଆଲୋଚନା-

ଜି-7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଟାଲୀ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିଥିଲେ । ଏହିକ୍ରମରେ ସେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ମଧ୍ୟ ସାକ୍ଷାତ ହୋଇଥିଲା । କାନାଡା ଭାରତ କୂଟନୈତିକ ତିକ୍ତତା ମଧ୍ୟରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ଥିଲା । ଆପୁଲିଆରେ ମୁଖ୍ୟ କାର୍ଯ୍ୟକ୍ରମର ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଉଭୟ ପରସ୍ପର ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସ୍ବଳ୍ପକାଳୀନ ଆଲୋଚନା ମଧ୍ୟ କରିଥିଲେ । ଏହାପରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତମାମ କୂଟନୈତିକ ଗତିରୋଧ ସତ୍ତ୍ବେ ମଧ୍ୟ କାନାଡା ଭାରତ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏକାଠି କାମ କରିବେ ବୋଲି ଜଷ୍ଟିନ କହିଥିଲେ ।

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲାରେ ଭାରତ-କାନାଡା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା-

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲାରେ ଭାରତ-କାନାଡା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅତିମାତ୍ରାରେ ପ୍ରଭାବିତ ହୋଇଥିଲା । ନିଜେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଗତବର୍ଷରେ ଜି-20 ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଖଲିସ୍ତାନୀ ଆତଙ୍କବାଦୀ ଘୋଷିତ ନିଜ୍ଜାରକୁ ଭାରତୀୟ ଏଜେନ୍ସିର ଷଡଯନ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହାକୁ ଭାରତ ତୀବ୍ର ବିରୋଧ କରିବା ସହ କାନାଡାକୁ ପ୍ରମାଣ ହସ୍ତାନ୍ତର କରିବାକୁ କହିଥିଲା । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଭାରତ କାନାଡାକୁ ସାମୟିକ ଭାବେ ଭିସା ସେବା ମଧ୍ୟ ବନ୍ଦ କରିଥିଲା । ଅବଶ୍ୟ ପରେ ସ୍ଥିତିରେ ସୁଧାର ଆସିଥିଲା । ନିକଟରେ ପ୍ରାୟ 4ଜଣ ଭାରତୀୟଙ୍କୁ ଏହି ହତ୍ୟା ଅଭିଯୋଗରେ କାନାଡା ପୋଲିସ ଗିରଫ ମଧ୍ୟ କରିଥିବା ଦାବି କରିଛି । ଏହାକୁ ନେଇ ନୂଆଦିଲ୍ଲୀ କିଛି ସ୍ପଷ୍ଟୀକରଣ ରଖିନି । ଏହି ବିବାଦ ପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଥମ ଥର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ନିଜ୍ଜାର ହତ୍ୟା ମାମଲାରେ ଏବେ ସୁଦ୍ଧା 4ରୁ ଅଧିକ ଅଭିଯୁକ୍ତଙ୍କୁ କାନାଡା ପୋଲିସ ଗିରଫ କରିସାରିଛି । ସେମାନେ ଭାରତୀୟ ବୋଲି ମଧ୍ୟ କାନାଡା ବାରମ୍ବାର କହୁଛି । ମାତ୍ର ଭାରତୀୟ ନାଗରିକଙ୍କର ହତ୍ୟାକାଣ୍ଡରେ ସମ୍ପୃକ୍ତ ସମ୍ପର୍କରେ କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନୂଆଦିଲ୍ଲୀକୁ ହସ୍ତଗତ କରିନି । ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ଏହି ହତ୍ୟାକାଣ୍ଡ ଓ ଏହାର କାର୍ଯ୍ୟାନୁଷ୍ଠାନ କାନାଡାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିସାରିଛି । ଏବେ ଏହି ପ୍ରସଙ୍ଗରେ ସିଧା ବିଦେଶ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ଭାରତ ସମସ୍ତ ତଦନ୍ତ କରିବା ପାଇଁ ପ୍ରସ୍ତୁତ, କିନ୍ତୁ ଯଦି ଭାରତ କିମ୍ବା ଭାରତୀୟଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳେ । କିନ୍ତୁ କାନାଡା ଏପର୍ଯ୍ୟନ୍ତ ନିଜ୍ଜାର ହତ୍ୟାକାଣ୍ଡ ସମ୍ପର୍କିତ କୌଣସି ପ୍ରମାଣ ନୂଆଦିଲ୍ଲୀକୁ ହସ୍ତାନ୍ତର କରିନି ।

୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିଥିଲା କାନାଡ଼ା-

ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଥିଲା ।

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.