ETV Bharat / sports

577 ଖେଳାଳି, 641.5 କୋଟି ଟଙ୍କାର ପର୍ସ, 204 ଖାଲି ସ୍ଲଟ୍, ଦେଖନ୍ତୁ, IPL 2025 ନିଲାମୀର ଟିକିନିକି ଖବର - IPL 2025 AUCTION

ଇଣ୍ଡିଆନ ପ୍ରିମିୟର ଲିଗ୍ 2025 ମେଗା ଅକ୍ସନ ଆଜି ଏବଂ ଆସନ୍ତାକାଲି ସାଉଦି ଆରବର ଜେଦାହରେ ଅନିଷ୍ଠିତ ହେଉଅଛି ।

IPL 2025 Auction
IPL 2025 Auction (ANI)
author img

By ETV Bharat Odisha Team

Published : Nov 24, 2024, 3:03 PM IST

Updated : Nov 24, 2024, 5:29 PM IST

ହାଇଦ୍ରାବାଦ: ଦୁଇ ଦିନ ଧରି ସାଉଦି ଆରବର ଜେହାଦରେ ଚାଲିବ ଭାରତୀୟ ପ୍ରିମିୟର ଲିଗ ଆଇପିଏଲ 2025ର ମେଗା ନିଲାମୀ । ଯେଉଁଥିରେ 577 ଖେଳାଳିଙ୍କ ଲାଗିବ ନିଲାମୀ ବୋଲି । 367 ଜଣ ଭାରତୀୟ ଖେଳାଳି ଏବଂ 210 ଜଣ ବିଦେଶୀ ଖେଳାଳି ମେଗା ଅକ୍ସନରେ ସାମିଲ ହେବେ ।

ତେବେ ସମୁଦାୟ 1577 ଜଣ ଖେଳାଳି ଆଇପିଏଲ 2025 ମେଗା ଅକ୍ସନରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଥିଲେ । ଏପଟେ 10 ଟିମ୍ ପାଖରେ ସାମୁହିକ ଭାବେ ରହିଛି 204ଟି ଖାଲି ସ୍ଲଟ୍ । ଏଥିରେ 70 ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ଖାଲି ରହିଛି ।

ମର୍କି ଖେଳାଳି ତାଲିକାରେ କିଏ କିଏ -

ନିଲାମୀରେ ଦୁଇଟି ମର୍କି ଖେଳାଳି ତାଲିକା ପ୍ରସ୍ତୁତି ହୋଇଛି । ଗୋଟିଏ ଗୋଟିଏ ଲିଷ୍ଟରେ ରହିଛନ୍ତି 6 ଜଣ ଲେଖାଏଁ ଖେଳାଳି । ମର୍କି-1 ରେ ରହିଛନ୍ତି, ରିଷଭ ପନ୍ତ, ଶ୍ରେୟସ ଆୟାର, ଜଶ ବଟଲର, ଅର୍ଶଦୀପ ସିଂ, କାଗିସୋ ରାବାଡା ଏବଂ ମିଚେଲ ଷ୍ଟାର୍କ ।

ଏହା ବି ପଢନ୍ତୁ- 20 ବର୍ଷ ପରେ ଅଷ୍ଟ୍ରେଲିଆରେ ଏହି ରେକର୍ଡ କଲେ ଜୟଶ୍ୱାଲ୍-ରାହୁଲ; ବ୍ୟାକଫୁଟରେ କଙ୍ଗାରୁ ଟିମ୍

ଏହା ବି ପଢନ୍ତୁ- ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନାମ ଲେଖିଲେ ରାହୁଲ-ଜୟଶ୍ୱାଲ, ଅଷ୍ଟ୍ରେଲିଆରେ ଓପନିଂ ପାର୍ଟନରସିପ୍ 200 ରନ୍

ମର୍କି-2 ତାଲିକାରେ ରହିଛନ୍ତି, କେଏଲ ରାହୁଲ, ୟୁଜୁବେନ୍ଦ୍ର ଚହଲ,ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମିଲର, ମହମ୍ମଦ ସାମୀ ଏବଂ ମହମ୍ମଦ ସିରାଜ । ତେବେ, ଡେଭିଡ ମିଲରଙ୍କ ବେସ ପ୍ରାଇସ ରହିଛି 1.5 କୋଟି ବାକି ସମସ୍ତ ମର୍କି ଖେଳାଳିଙ୍କ ବେସ ପ୍ରାଇସ ରହିଛି 2 କୋଟି ।

ନିଲାମୀ ଅର୍ଡର-

ପ୍ରଥମେ କ୍ୟାପଡ୍ ଖେଳାଳି, ଏଥିରେ ବ୍ୟାଟର, ଫାଷ୍ଟ ବୋଲର, ଓ୍ବିକେଟ କିପର, ସ୍ପିନର ଏବଂ ଅଲ-ରାଉଣ୍ଡରଙ୍କ ନିଲାମୀ ବୋଲି ଲାଗିବ ପରେ ଅନକ୍ୟାପଡ୍ ଖେଳାଳିଙ୍କୁ ଉପରୋକ୍ତ ଅର୍ଡରେ ନିଲାମୀ କରାଯିବ । ନିଲାମୀରେ 500ରୁ ଅଧିକ ଖେଳାଳି ସାମିଲ ହୋଇଛନ୍ତି ।

ନିଲାମୀ ସମୟ ?

ପର୍ଥ ଟେଷ୍ଟରେ ଦିନ 3 ଏବଂ ଚତୁର୍ଥ ଦିନର ଖେଳ ଶେଷ ହେବା ପରେ ମେଗା ନିଲାମ ସ୍ଥାନୀୟ ଦିନ 1 ଟା (3:30 PM IST) ରେ ଆରମ୍ଭ ହେବ । ପ୍ରଥମ ଅଧିବେଶନ 1 PM ରୁ 2:30 PM (ସ୍ଥାନୀୟ ସମୟ) ପର୍ଯ୍ୟନ୍ତ ଚାଲିବ, ତା’ପରେ 45 ମିନିଟର ମଧ୍ୟାହ୍ନ ଭୋଜନ ବିରତି । ମଧ୍ୟାହ୍ନ ଭୋଜନ ପରେ, ପ୍ରକ୍ରିୟା 3:15 PM ରେ ଆରମ୍ଭ ହେବ ଏବଂ ସ୍ଥାନୀୟ ସମୟ 8 PM (10:30 PM IST) ପର୍ଯ୍ୟନ୍ତ ଚାଲିବ ।

IPL 2025 ନିଲାମକୁ କେବେ ଏବଂ କେଉଁଠାରେ ଦେଖିବେ ?

ଟେଲିଭିଜନ ଦର୍ଶକଙ୍କ ପାଇଁ ଏହି ନିଲାମ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ସିଧା ପ୍ରସାରଣ ହେବ । ପ୍ରଶଂସକମାନେ ଏହାକୁ ଜିଓ ସିନେମା ଆପ୍ କିମ୍ବା ୱେବସାଇଟରେ ଷ୍ଟ୍ରିମିଂ କରି ଅନଲାଇନରେ ନିଲାମୀ ଦେଖିପାରିବେ ।

Last Updated : Nov 24, 2024, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.