ETV Bharat / health

ମୃତ୍ୟୁ ପରେ ବି ବଞ୍ଚାଇ ପାରିବେ ଜୀବନ, ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା

ଅଙ୍ଗଦାନ ଦ୍ବାରା ଜଣଙ୍କ ମୃତ୍ୟୁ ପରେ ଅନ୍ୟ ଜଣଙ୍କୁ ଜୀବନଦାନ ମିଳେ । କାହିଁକି ଅଙ୍ଗଦାନ କରିବା ଉଚିତ୍ ଏବଂ କେମିତି କରିବେ, ଜାଣନ୍ତୁ ଡାକ୍ତରଙ୍କଠାରୁ

ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା
ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା (ETV Bharat)
author img

By ETV Bharat Health Team

Published : Nov 24, 2024, 2:54 PM IST

ଭୁବନେଶ୍ବର: ଅଙ୍ଗଦାନ ମହତ୍ ପୁଣ୍ୟ । କାରଣ ଜଣେ ଜୀବନ ଛାଡିବା ପୂର୍ବରୁ ଅନ୍ୟକୁ ଜୀବନ ଦାନ ଦେଇଯାଏ । ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ସହମତିରେ ଅଙ୍ଗଦାନ କରାଯାଏ । ମସ୍ତିସ୍କ ମୃତ (ବ୍ରେନ ଡେଡ୍) ବ୍ୟକ୍ତିଙ୍କ ହୃଦୟ, ଫୁସ୍‌‌ଫୁସ୍‌‌, ବୃକ୍‌‌କ, ଯକୃତ, ଆଖି ଆଦିକୁ ସଂଗ୍ରହ କରାଯାଇ ଅନ୍ୟ ଲୋକଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଏ । ବର୍ତ୍ତମାନ ଜନସଚେନତା ବୃଦ୍ଧି ସହ ଅଙ୍ଗଦାନ ପ୍ରତି ଧୀରେ ଧୀରେ ଆଗ୍ରହ ବୃଦ୍ଧି ପାଉଛି । ତଥାପି ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି। ବାର୍ଷିକ ଲକ୍ଷାଧିକ ଲୋକେ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଅପେକ୍ଷାରତ ଥିବାବେଳେ ସେହି ପରିମାଣରେ ଅଙ୍ଗ ସଂଗ୍ରହ ହୋଇପାରୁନାହିଁ । ଏଥିପାଇଁ ଦୁଇଟି ଆବଶ୍ୟକତା ରହିଛି, ତାହା ହେଲା- ସଚେତନତା ଓ ଅଙ୍ଗ ସଂଗ୍ରହ ବ୍ୟବସ୍ଥା ।

ଓଡ଼ିଶାରେ ଅଙ୍ଗ ତଥା ଶରୀର ଦାନ ପ୍ରତି ସଚେତନତା ବୃଦ୍ଧି ପାଉଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କିଛି ଅନୁଷ୍ଠାନ ଏ କ୍ଷେତ୍ରରେ ଅନେକଗୁଡିଏ କାର୍ଯ୍ୟ କରୁଛନ୍ତି । ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ହୃତପିଣ୍ଡ, ଯକୃତ, ବୃକ୍‌‌କ, ବୋନ୍‌ମ୍ୟାରୋ, ଚକ୍ଷୁ ଆଦିର ପ୍ରତିରୋପଣ କରାଯାଉଛି । ଅନେକ ସମୟରେ ଦୁର୍ଘଟଣାରେ ମସ୍ତିଷ୍କ-ମୃତ ବ୍ୟକ୍ତିମାନଙ୍କ ପରିବାର ଉଦାର ଚିତ୍ତରେ ସେହି ବ୍ୟକ୍ତିଙ୍କ ଅଙ୍ଗଦାନ କରିବାକୁ ଆଗେଇ ଆସୁଛନ୍ତି ବୋଲି କହିଛନ୍ତି ଡାକ୍ତର ଭାଗ୍ୟରଞ୍ଜନ ଜେନା ।

ମୃତ୍ୟୁ ପରେ ବି ବଞ୍ଚାଇ ପାରିବେ ଜୀବନ, ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା (ETV Bharat)

ଡାକ୍ତର କହିଛନ୍ତି ଯେ, ୨୦୨୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାତାଙ୍କୁ ସମ୍ମାନିତ କରିବା ପାଇଁ ‘ସୁରଜ’ ସମ୍ମାନ ଘୋଷଣା କରିଥିଲେ । ଏଥିରେ ଯେଉଁମାନେ ଅଙ୍ଗଦାନ କରୁଛନ୍ତି, ସେମାନଙ୍କ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଅଙ୍ଗଦାନ କେତେ ପ୍ରକାର:

ଡାକ୍ତର ଭାଗ୍ୟରଞ୍ଜନ ଜେନା କହିଛନ୍ତି, ''ଅଙ୍ଗଦାନ ଦୁଇ ପ୍ରକାର । ଗୋଟିଏ ଲାଇଭ ଅଙ୍ଗଦାନ, ଅନ୍ୟଟି କାଡାବେରିକ । ଲାଇଭ ଅଙ୍ଗଦାନ କହିଲେ, ଯେଉଁ ବ୍ୟକ୍ତି ଜୀବିତ ଥିବାବେଳେ ଅଙ୍ଗଦାନ କରନ୍ତି । ମୃତ୍ୟୁ ପରେ ଅଙ୍ଗଦାନକୁ କାଡାବେରିକ କୁହାଯାଏ । ଏଥିସହ କୌଣସି ବ୍ୟକ୍ତିଙ୍କ ବ୍ରେନଡେଡ୍ ହେଲେ ତାଙ୍କ ପରିବାର ଲୋକଙ୍କ ସହମତିରେ ଅଙ୍ଗଦାନ କରିହୁଏ । ବ୍ରେନ ଡେଡ୍, ବ୍ରେନ ଷ୍ଟ୍ରୋକ ଭଳି ରୋଗରେ ପୀଡିତ ରୋଗୀଙ୍କଠାରୁ କାଡାବେରିକ ଅଙ୍ଗଦାନ କରାଯାଇଥାଏ । ''

ଅଙ୍ଗଦାନ ପାଇଁ ଦୁଇଟି ସଂଗଠନ ରହିଛି ନୋଟୋ (NOTTO) ଏବଂ ସୋଟୋ ( SOTTO) । ଏହି ଦୁଇ ସଂଗଠନର ନିୟମ ଅନୁଯାୟୀ ସବୁ କିଛି କାର୍ଯ୍ୟକାରୀ କରାଯାଇଥାଏ ।

ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା
ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା (ETV Bharat Odisha)

କେଉଁଠି ଅଙ୍ଗଦାନ କରିବେ ?

ଡାକ୍ତର ଆହୁରି କହିଛନ୍ତି, ଆମ ଦେଶରେ ଅଙ୍ଗଦାନର ଖୁବ୍ ଆବଶ୍ୟକତା ରହିଛି । ପ୍ରତ୍ଯେକ ଦିନ ହଜାର ହଜାର ଲୋକ ଅଙ୍ଗ ପାଇଁ ଅପେକ୍ଷା କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 'NTOROC' ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ରାଜ୍ୟରେ ଥିବା ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡିକୁ ଅଙ୍ଗଦାନ କ୍ଷେତ୍ରରେ ପ୍ରୋତ୍ସୋହିତ କରିବା ଯାହାଫଳରେ ଅଧିକ ସଂଖ୍ୟକ ଲୋକେ ଅଙ୍ଗଦାନ ପାଇଁ ଆଗେଇ ଆସିବେ । ଯେଉଁ ହସ୍ପିଟାଲଗୁଡିକରେ ଆଇସିୟୁ ଓ ଓଟି ଭଳି ସୁବିଧା ରହିଛି, ସେଠାରେ ଅଙ୍ଗ ସଂଗ୍ରହ କରିହେବ ।

ଅଙ୍ଗଦାନ ପ୍ରକ୍ରିୟା

କୌଣସି ବ୍ୟକ୍ତିଙ୍କ ବ୍ରେନଡେଡ୍ କିମ୍ବା ଷ୍ଟ୍ରୋକ ପରେ ବଞ୍ଚିବା ଆଶା ନଥିଲେ ଡାକ୍ତର ତାଙ୍କର ପରିବାର ଲୋକଙ୍କୁ ଅଙ୍ଗଦାନ ପାଇଁ ପରାମର୍ଶ ଦେଇଥାନ୍ତି । ନଚେତ୍ ରୋଗୀ ମୃତ୍ୟୁ ପୂର୍ବରୁ ସ୍ବେଚ୍ଛାକୃତ ଭାବେ ଅଙ୍ଗଦାନ ପାଇଁ ଘୋଷଣା କରିଥାଏ କିମ୍ବା ତାଙ୍କର ସମ୍ପର୍କୀୟମାନେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି ଏବଂ ଡାକ୍ତରଙ୍କୁ ଜଣାଇଥାନ୍ତି ।

ଡାକ୍ତର କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ମୃତ୍ୟୁ ପରେ ନିଜ ଅଙ୍ଗଦାନ କରିବାକୁ ଚାହାଁନ୍ତି ତାହେଲେ ସେ 'SOTTO' ୱେବସାଇଟ୍ ଯାଇ ଅଙ୍ଗଦାନର ଏକ ଫର୍ମ ଡାଉନଲୋଡ କରିବେ । ଏଥିରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଇ ଫର୍ମ ପୂରଣ କରିପାରିବେ । ଯାହାଫଳରେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକଙ୍କ ସହମତିରେ ଅଙ୍ଗଦାନ ହୋଇପାରିବ । କେବେ ବି ପରିବାର ଲୋକଙ୍କ ସହମତି ବିନା ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ ସଂଗ୍ରହ କରାଯାଇପାରିବ ନାହିଁ । ବିଶେଷକରି ସ୍ବାମୀ/ସ୍ତ୍ରୀଙ୍କ ସହମତି ଆବଶ୍ୟକ । ଯଦି ସ୍ବାମୀ ଅଙ୍ଗଦାନ ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି ତଥାପି ତାଙ୍କ ମୃତ୍ୟୁ ପରେ ଅଙ୍ଗ ସଂଗ୍ରହ ପାଇଁ ସ୍ତ୍ରୀର ଅନୁମତି ନିହାତି ଜରୁରୀ । ମୃତକଙ୍କ ପୁରା ପରିବାର ଅଙ୍ଗଦାନ ହେବା ପରେ ଏକ ଭିଡିଓ ପ୍ରମାଣ ରଖାଯାଇ ଅଙ୍ଗ ସଂଗ୍ରହ କରାଯାଇଥାଏ ।

ବ୍ରେନ ଡେଡ୍ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ପୂର୍ବରୁ ଏକ ଟେଷ୍ଟ କରାଯାଇଥାଏ, ଯାହାର ନାମ 'apnea test' । ଏଥିରୁ ସେହି ବ୍ୟକ୍ତିଙ୍କ ବ୍ରେନ ସମ୍ପୂର୍ଣ୍ଣ ଡେଡ୍ ବା ଅଚଳ କି ନୁହେଁ ଜଣାପଡେ । 6 ଘଣ୍ଟା ବ୍ୟବଧାନରେ ଦୁଇ ଥର ଏହି ଟେଷ୍ଟ ହୁଏ । ଏହାପରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ବ୍ରେନ ଡେଡ୍ ବୋଲି ଘୋଷଣା କରାଯାଏ । ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଥିବା ଲୋକମାନେ ମଧ୍ୟ ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ଜଣାଇଛନ୍ତି ।

ବାର୍ଷିକ ଲକ୍ଷାଧିକ ଅଙ୍ଗ ପ୍ରତ୍ୟାରୋପଣ ଆବଶ୍ୟକ:

ଆମ ଦେଶରେ ବର୍ଷକୁ ପ୍ରାୟ ୧.୮ ଲକ୍ଷ ଲୋକ କିଡ‌ନୀ ଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୬ ହଜାର ଲୋକଙ୍କ କିଡ‌ନୀ ପ୍ରତିରୋପଣ ସମ୍ଭବ ହୋଇଥାଏ । ସେହିଭଳି ଦେଶରେ ବର୍ଷକୁ ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ଲିଭର ଖରାପ ହୋଇଥାଏ । ଯଦି ଠିକ୍‌‌ ସମୟରେ ଲିଭର ପ୍ରତ୍ୟାରୋପଣ କରାଯାଏ ତେବେ ୧୦ ରୁ ୧୫ ପ୍ରତିଶତ ରୋଗୀ ବଞ୍ଚିପାରିବେ । ଯେଉଁଥିପାଇଁ ଭାରତରେ ବର୍ଷକୁ ୨୫ରୁ ୩୦ ହଜାର ଯକୃତ ପ୍ରତ୍ୟାରୋପଣ ଆବଶ୍ୟକତା ରହିଛି ।

ହୃଦ୍‌‌ରୋଗ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଦେଶରେ ପ୍ରତିବର୍ଷ ୫୦ ହଜାର ଲୋକ ହୃଦ୍‌‌ରୋଗରେ ପ୍ରାଣ ହରାଇଥାନ୍ତି । କିନ୍ତୁ ବର୍ଷକୁ ମାତ୍ର ୧୦ରୁ ୧୫ଟି ହୃତ୍‌‌ପିଣ୍ଡ ପ୍ରତିରୋପଣ ହେଉଛି । ଅନ୍ଧତ୍ୱ ଦୂରୀକରଣ ପାଇଁ ଭାରତରେ ପ୍ରତିବର୍ଷ ୧ ଲକ୍ଷ କର୍ଣ୍ଣିଆ ବା ସ୍ୱଚ୍ଛପଟଳର ଆବଶ୍ୟକତା ରହିଥିବା ବେଳେ ମାତ୍ର ୨୫ ହଜାର ଚକ୍ଷୁ ପ୍ରତିରୋପଣ ସମ୍ଭବ ହୋଇପାରୁଛି ।

ଏହା ମଧ୍ୟ ପଢନ୍ତୁ: ଅନେକ ରୋଗର ଔଷଧ ଏହି ଗୋଲାପୀ ଫୁଲ, ଖାସ୍ କରି ଡାଇବେଟିସ ପାଇଁ

ଏହା ମଧ୍ୟ ପଢନ୍ତୁ: ପିଲା ଅଧିକ ଫାଷ୍ଟଫୁଡ ଖାଉଛନ୍ତି ? ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.