ETV Bharat / bharat

60ବର୍ଷ ପରେ ବିରୋଧୀ ଦଳ ନେତା ବିନା ଚାଲିବ ମହାରାଷ୍ଟ୍ର ବିଧାନସଭା; ମୁଖ୍ୟମନ୍ତ୍ରୀ ରେସରେ କିଏ, ସୋମବାର ସୁଦ୍ଧା ନିଷ୍ପତ୍ତି ? - MAHARASHTRA ELECTION RESULT 2024

ଏମଭିଏ ମେଣ୍ଟର ସହଯୋଗୀ ବିରୋଧୀ ଦଳ ଶିବସେନା ସର୍ବାଧିକ 20ଟି ଆସନ ଜିତିଛି । ତେବେ ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇଁ 9ଟି ଆସନ ଦଳ ପାଇଁ କମ ପଡିଛି ।

MAHARASHTRA ELECTION RESULT 2024
MAHARASHTRA ELECTION RESULT 2024 (ETV Bharat Odisha)
author img

By ETV Bharat Odisha Team

Published : Nov 24, 2024, 3:14 PM IST

Updated : Nov 24, 2024, 4:47 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆସିସାରିଛି ମହାୟୁତି ମହାସୁନାମୀ । ମହାରାଷ୍ଟ୍ର ନିର୍ବାଚନରେ ରେକର୍ଡ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି । ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟି ହାସଲ କରି ମରାଠା ରାଜ୍ୟରେ ପୁଣି ସରକାର ଗଠନ ପାଇଁ ଯାଉଛି ମହାୟୁତି । କଂଗ୍ରେସ ଏବଂ ଶିବସେନା ମେଣ୍ଟ ମ୍ୟାଜିକ୍ ନମ୍ବର ପାଇଁ ଜନମତ ହାତେଇବାରେ ବିଫଳ ହୋଇଛି । ଏପଟେ 60 ବର୍ଷ ପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳ ନେତା ବିନା ଚାଲିବ । ତେବେ ଚଳିତ ନିର୍ବାଚନରେ ବିଜେପି ଏକାକୀ 132ଟି ଆସନ ଜିତିଥିବା ବେଳେ ସିନ୍ଦେ ଗୋଷ୍ଠୀ ଶିବସେନା 57 ଏବଂ ଅଜିତ ପାଓ୍ବାରଙ୍କ ଏନସିପି 41ଟି ଆସନ ଜିତିଛି ।

ବିଜେପି ନେତୃତ୍ବାଧିନ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରି 288 ଆସନରୁ 230 ଆସନ ଅକ୍ତିଆର କରିଛି । ତେବେ ମହାୟୁତି ବିପକ୍ଷରେ ଲଢୁଥିବା ମହାଅଘାଡି ମେଣ୍ଟ ଏଥର ନିର୍ବାଚନରେ ବିରୋଧି ଦଳ ନେତା ପାଇଁ ଆବଶ୍ୟକୀୟ ଆସନ ଜିତିବାରେ ବିଫଳ ହୋଇଛି । 288 ବିଶିଷ୍ଟ ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇଁ ଅତିକମରେ 29 ଆସନ ଆବଶ୍ୟକ । ତେବେ କୌଣସି ଦଳ ମଧ୍ୟ 29ଟି ଆସନ ଜିତିବାରେ ସକ୍ଷମ ହୋଇନାହାଁନ୍ତି । କାରଣ ବିରୋଧୀ ଦଳ ନେତା ମାନ୍ୟତା ପାଇବା ପାଇଁ ଅତି କମରେ ସବୁଦାୟ ଆସନର 10 ପ୍ରତିଶତ ଜିତିବାକୁ ପଡିଥାଏ । ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ମହା ବିକାଶ ଅଘାଡି -ଏମଭିଏ ମେଣ୍ଟର ସହଯୋଗୀ ବିରୋଧୀ ଦଳ ଭାବେ ସର୍ବାଧିକ 20ଟି ଆସନ ଜିତିଛି । ତେବେ ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇଁ 9 ଟି ଆସନ କମ ପଡିଛି ।

ଏହା ବି ପଢନ୍ତୁ- ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର

ଏହା ବି ପଢନ୍ତୁ-ମେଁ ସମନ୍ଦର ହୁଁ, ଲୋଟକର ବାପସ ଆଉଁଗା...ସତ ହେଲା ଫଡନାବିସଙ୍କ ଭବିଷ୍ୟବାଣୀ

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ମହାବିକାଶ ଅଘାଡି ମେଣ୍ଟରେ ଶିବସେନା- ଉଦ୍ଧବ ଠାକରେ ଗୋଷ୍ଠୀ 20ଟି ଆସନ, କଂଗ୍ରେସ 16ଟି ଏବଂ ଶରଦ ପାଓ୍ବାର ଗୋଷ୍ଠୀ ଏନସିପି 10 ସିଟ ଜିତିଛନ୍ତି ।

60 ବର୍ଷରେ ପ୍ରଥମ-

60 ବର୍ଷ ପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା କାହାକୁ ମିଳିନାହିଁ । ଫଳାଫଳ ଆସିବା ପରେ ପୂର୍ବତନ ପ୍ରମୁଖ ସଚିବ-ବିଧାନସଭା ଅନନ୍ତ କାଲଶେ ଏକ ରିପୋର୍ଟରେ କହିଛନ୍ତି କି, "ବର୍ତ୍ତମାନ କଂଗ୍ରେସ, ଶିବସେନା କି ଏନସିପି ପାଖରେ ବିରୋଧୀ ଦଳ ନେତା ପାଇଁ ମାନ୍ୟତା ମିଳିନାହିଁ । ସେ ପୁଣି କହିଛନ୍ତି, କୌଣସି ବିରୋଧୀ ଦଳ ଏକକୀ କିମ୍ବା ମିଳିତ ଭାବେ ବିରୋଧୀ ଦଳ ନେତା ବାଛି ପାରିବେ ନାହିଁ ।"

କିଏ ହେବେ ମୁଖ୍ୟମନ୍ତ୍ରୀ ? ଫଡନାଭିସ୍ ନା ସିନ୍ଦେ

ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିବା ପରେ ବର୍ତ୍ତମାନ ମହାୟୁତି କ୍ୟାମ୍ପରେ ଜୋରଦାର ଟେନସନ୍ । ମରାଠା ରାଜ୍ୟରେ କିଏ ବସିବେ ମୁଖ୍ୟମନ୍ତ୍ରୀ ଆସନରେ । ଆଉ ଆଗରେ ରହିଛି ବିଜେପିର ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛି । ତେବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଏଥର ଫଡନାଭିସ ମୁଖ୍ୟମନ୍ତ୍ରୀ ହେଉଥିବା ବେଳେ ସିନ୍ଦେଙ୍କୁ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ମିଳିପାରେ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସୋମବାର ସୁଦ୍ଧା ନିଷ୍ପତ୍ତି ଆସିବ ବୋଲି ଜଣାପଡିଛି ।

Last Updated : Nov 24, 2024, 4:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.