thumbnail

ବ୍ରହ୍ମପୁରରେ ଖାଁ ଖାଁ ପୂଜା ମଣ୍ଡପ, ମେଲାଣି ନେଲେ ମା' ଦଶଭୂଜା

By ETV Bharat Odisha Team

Published : 3 hours ago

ବ୍ରହ୍ମପୁର: ଖାଁ ଖାଁ ପୂଜା ମଣ୍ଡପ । ଶାରଦୀୟ ପୂଜା ପରେ ମା'ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ଦୀର୍ଘ 9 ଦିନ ଧରି ଜଗତଜନନୀ ମା' ଦୁର୍ଗାଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଛି । ଆଜି ବ୍ରହ୍ମପୁର ସହରର ସମସ୍ତ ପୂଜା ମଣ୍ଡପରୁ ବିଦାୟ ନେଉଛନ୍ତି ମା'। ପରମ୍ପରା ଅନୁଯାୟୀ, ମା' ଦଶଭୂଜାଙ୍କୁ ପୂଜାର୍ଚ୍ଚନା କରାଯାଏ । ବିଜୟା ଦଶମୀର ଦିନକ ପରେ ମା'ଙ୍କୁ ପୂଜା ମଣ୍ଡପରୁ ମେଲାଣି ଦିଆଯାଇଥାଏ । 

ଏହା ବି ପଢନ୍ତୁ...ନିଆରା ମେଲାଣି, ଚାପ ଖେଳି ବିଦାୟ ନିଅନ୍ତି ଜଗତଜନନୀ

ଏହା ବି ପଢନ୍ତୁ...ମେଲାଣି ନେଉଛନ୍ତି ମା’, କଟକରେ ଚାଲିଛି ଭସାଣ ଉତ୍ସବ

ଚଳିତବର୍ଷ ବ୍ରହ୍ମପୁର ସହରର ପ୍ରାୟ ୪୨ଟି ପୂଜା ମଣ୍ଡପରେ ପୂଜା ପାଇ ଆସୁଥିବାବେଳେ ବିସର୍ଜନ କରାଯାଇଛି । ଆଜି ଭସାଣ ଉତ୍ସବରେ ସହରର ବିଜିପୁର ପୂଜା ମଣ୍ଡପରେ ମା’ଙ୍କୁ ବିସର୍ଜନ କରାଯିବା ପାଇଁ ପ୍ରସ୍ତୁତ ହୋଇଥିଲା । ଏହାପରେ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଛି । ଏନେଇ ବିଜିପୁର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଇଟିଭି ସମ୍ବାଦଦାତା ସମୀର ଆଚାର୍ଯ୍ୟ ‌।

ଏହା ବି ପଢନ୍ତୁ...ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା

ଏହା ବି ପଢନ୍ତୁ...ମଙ୍ଗଳାବାଗର ନିଆରା ପରମ୍ପରା, ଦର୍ପଣ ସାହାଯ୍ୟରେ ପିତ୍ତଳ ପାତ୍ରରେ ମା'ଙ୍କୁ ବିସର୍ଜନ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.