ETV Bharat / entertainment

ସିନେ ଜଗତକୁ ଝଟ୍‌କା, ଆଉ ନାହାନ୍ତି ହାସ୍ୟ ଅଭିନେତା ଅତୁଲ ପରଚୁରେ

ବଲିଉଡ ଜଗତରୁ ଦୁଃଖଦ ଖବର । ଆଉ ନାହାନ୍ତି ହାସ୍ୟ ଅଭିନେତା ଅତୁଲ ପରଚୁରେ । ଟ୍ବିଟରେ ଶୋକ ବ୍ୟକ୍ତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

author img

By ETV Bharat Odisha Team

Published : 3 hours ago

Updated : 3 hours ago

Atul Parchure
Atul Parchure (X)

ମୁମ୍ବାଇ: ବଲିଉଡ ଜଗତରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଦିଗଜ୍ଜ ମରାଠୀ ଅଭିନେତା ତଥା ହାସ୍ୟ ଅଭିନେତା ଅତୁଲ ପରଚୁରେ । ୫୭ ବର୍ଷରେ ପ୍ରାଣ ହରାଇଛନ୍ତି ଅତୁଲ । ଏନେଇ ସୋସିଆଲ ମିଡିଆ Xରେ ଟ୍ବିଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ । ମରାଠୀ ସମେତ ହିନ୍ଦୀ ଫିଲ୍ମ, ସିରିୟଲରେ ଅଭିନୟ କରିଥିଲେ ଅତୁଲ । ବଲିଉଡ ଜଗତରୁ ଏହି ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ ।

ହାସ୍ୟ ଅଭିନେତା ଭାବେ ରହିଛି ନିଆରା ପରିଚୟ:

ଅତୁଲ ଜଣେ ଜଣାଶୁଣା ମରାଠୀ ଅଭିନେତା । କେବଳ ମରାଠୀରେ ନୁହେଁ ଅନେକ ହିନ୍ଦୀ ଫିଲ୍ମ ସିରିୟଲରେ କାମ କରିଛନ୍ତି ଅତୁଲ । ବିଶେଷ କରି କମେଡିଆନ ଭାବେ ବଲିଉଡ ଜଗତରେ ପରିଚୟ ସୃଷ୍ଟି କରିଛନ୍ତି । ଅତୁଲଙ୍କ ନିଧନ ଖବର କଳାକାର ଜଗତକୁ ବଡ ଝଟକା ଲାଗିଛି । କପିଲ ଶର୍ମାଙ୍କ କମେଡି ନାଇଟ୍ସ ସୋ’ରେ ତାଙ୍କ କମେଡି ଦର୍ଶକଙ୍କ ମନ ଛୁଏଁ । ଅଭିନୟ ଯାଦୁରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରି ଦିଅନ୍ତି ଅତୁଲ ।

ଏସବୁ ହିଟ ସିରିୟଲରେ କାମ କରିଛନ୍ତି ଅତୁଲ:

କପିଲ ଶର୍ମାଙ୍କ କମେଡି ନାଇଟ୍ସ, କମେଡି ସର୍କସ, ୟେ ହେ ହମ୍‌, ଆରକେ ଲକ୍ଷ୍ମଣ କି ଦୁନିଆ ଭଳି ଅନେକ ହିଟ୍‌ ସିରିୟଲରେ ଅଭିନୟ କରିଛନ୍ତି ଅତୁଲ । ନିକଟରେ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିଥିଲେ ଅତୁଲ ।

ହିନ୍ଦୀ ସିନେମାରେ ଅତୁଲଙ୍କ ଛାପ:

କେବଳ ସିରିୟଲ ନୁହେଁ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ଅତୁଲ ପରଚୁରେ । ଶାହାରୁଖ ଖାନଙ୍କ ଅଭିନିତ ବିଲୁ, ସଲମାନ ଖାନଙ୍କ ପାର୍ଟନର, ଅଜୟ ଦେବଗନଙ୍କ ଅଲ ଦ ବେଷ୍ଟରେ କାମ କରିଛନ୍ତି । କମେଡି ତଡକା ଲଗାଇ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି । ଏହା ବ୍ୟତୀତ କ୍ୟୁକି, ସଲାମେ-ଇକ୍ସ, କଲିୟୁଗ, ଫିର ଭି ଦିଲ ହେ ହିନ୍ଦୁସ୍ତାନୀ ଓ ଖିଚଡୀ ଭଳି ଫିଲ୍ମରେ ମଧ୍ୟ ଅଭିନୟର ଯାଦୁ ଦେଖାଇଛନ୍ତି ଅତୁଲ ।

କ୍ୟାନସରରୁ ହୋଇଥିଲେ ସୁସ୍ଥ:

ଅତୁଲ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପୀଡିତ ଥିଲେ । ପରେ ସେ କ୍ୟାନସରରୁ ଭଲହୋଇଯାଇଥିଲେ । ସୁସ୍ଥ ହେବା ପରେ କାର୍ଯ୍ୟକୁ ଫେରିଥିଲେ । ଅତୁଲଙ୍କ ପରିବାରରେ ଏବେ ପତ୍ନୀ, ଝିଅ ଓ ମାଆ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ପଞ୍ଚଭୂତରେ ବିଲୀନ ଭାରତ 'ରତନ': ପାର୍ସି ରୀତିନୀତିରେ ହେଲା ଶେଷକୃତ୍ୟ, କିନ୍ତୁ...

89 ବର୍ଷ ବୟସରେ ଆଖି ବୁଜିଲେ 'ହ୍ୟାରୀ ପୋଟର' ଅଭିନେତ୍ରୀ ମ୍ୟାଗି ସ୍ମିଥ - Maggie Smith Passes Away

ସାଉଥ୍ ଇଣ୍ଡଷ୍ଟ୍ରିକୁ ଝଟକା; ଆରପାରିରେ ଅଭିନେତ୍ରୀ କାବିୟୁର ପୋନ୍ନମା - Kaviyoor Ponnamma Passes Away

ଦୁନିଆକୁ ଅଲବିଦା କହିଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ - Himesh Reshammiya Father Death

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଜଣାଇଲେ ଶୋକ:

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଅତୁଲଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସିଏମ ସୋସିଆଲ ମିଡିଆ Xରେ ମରାଠୀ ଭାଷାରେ ଶୋକ ବ୍ୟକ୍ତ କରିଛନ୍ତି । ସିନ୍ଧେ ଟ୍ବିଟରେ ଲେଖିଛନ୍ତି, ଆପଣ ଜଣେ ମହାରଥୀ ଥିଲେ, ଅସମୟରେ ଛାଡି ଚାଲିଗଲେ ।

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.