ଓଡିଶା

odisha

ETV Bharat / videos

୩୦୦ଫୁଟ ଗଭୀର କୂଆକୁ ଖସିପଡିଲେ ମାନସିକ ବିକାରଗ୍ରସ୍ତ ଯୁବକ, ଏମିତି ହେଲା ରେସ୍କ୍ୟୁ ଅପରେସନ୍ ? - Bengaluru

By ETV Bharat Odisha Team

Published : Feb 28, 2024, 10:19 PM IST

Rescue of mentally ill person who fell into 300 feet deep well: ବାଙ୍ଗାଲୁରୁ: ୩୦୦ ଫୁଟ ଗଭୀର କୂଅରୁ ଜଣେ ଯୁବକ ଉଦ୍ଧାର । ଉକ୍ତ ଯୁବକ ଜଣକ ମାନସିକ ଭିନ୍ନକ୍ଷମ ବୋଲି ଜଣାପଡ଼ିଛି ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ କୁଣ୍ଡାଗୋଲା ତାଲୁକର ତାରଲାଘଟା ଗାଁର ମଲାତେଶ ନିଲାପା ମାଭାନୁର । 

ସୂଚନାଯୋଗ୍ୟ ଗତ ମଙ୍ଗଳବାର ରାତିରେ ମାଲତେଶ ଘରୁ ବାହାରକୁ ଆସି ହଠାତ୍ କୂଅ ଭିତରକୁ ଡେଇଁ ପଡ଼ିଥିଲେ । ମାଲତେଶ କୂଅରେ ପଡ଼ିବା ଶବ୍ଦ ଶୁଣି ପରିବାର ଲୋକେ କୂଆ ନିକଟକୁ ଧାଇଁ ଆସିଲେ । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳେ ଅଗ୍ନିଶମ ବାହିନୀ ଫହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ଏକ ମୋଟା ଦଉଡ଼ି ସହାଯ୍ୟରେ ତାଙ୍କୁ ଉଦ୍ଧାର କରା ଯାଇଥିଲା । କୂଅରେ ପାଣି ନ ଥିବାରୁ ତାଙ୍କର ଜୀବନ ରକ୍ଷା ପାଇ ଯାଇଛି । ସେପଟେ ମାଲତେଶର ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ହେଲେ କାହିଁକି ସେ ଏଭଳି କାଣ୍ଡ କରିଲେ ତାହା ଜଣାପଡ଼ି ନାହିଁ । 

ଏହା ମଧ୍ୟ ପଢନ୍ତୁ......ମିଶନ ଶକ୍ତି ବଜାର ବୁଲି ଦେଖିଲେ ବିଲ୍ ଗେଟ୍ସ, ସାଙ୍ଗରେ ନେଲେ ଢ଼ିଙ୍କି କୁଟା ଚାଉଳ, ହଳଦୀ ଓ ମସଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details