ଓଡିଶା

odisha

ETV Bharat / videos

ନୃତନ ଉପମୁଖ୍ୟମନ୍ତ୍ରୀ ଘୋଷଣା ନେଇ ନାରୀ ଶକ୍ତିଙ୍କ ସ୍ବାଗତ, ଶୀର୍ଷ ନେତୃତ୍ବଙ୍କୁ ଦେଲେ ଧନ୍ୟବାଦ - Reaction of BJP Mahila Morcha - REACTION OF BJP MAHILA MORCHA

By ETV Bharat Odisha Team

Published : Jun 11, 2024, 10:28 PM IST

Reaction of BJP Mahila Morcha: ଭୁବନେଶ୍ବର: ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି। ତେବେ ଆସନ୍ତାକାଲି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ସପଥ ନେବାକୁ ଯାଉଛନ୍ତି। ସେହିଭଳି ଦୀର୍ଘ ୨୫ ବର୍ଷ ପରେ ଓଡିଶା ଦେଖିବାକୁ ଯାଉଛି ଉପମୁଖ୍ୟମନ୍ତ୍ରୀ । ଜଣେ ନୁହେଁ ବରଂ ଦୁଇ ଜଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଓ ନିମାପଡା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଛି । ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ତେବେ ଜଣେ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ପାଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଭାବରେ ପ୍ରଭାତୀ ପରିଡ଼ାଙ୍କ ନାଁ ଚୟନ ହେବାପରେ ସାଧାରଣ ଲୋକ ମୋଦି ଗ୍ୟାରେଣ୍ଟି ଉପରେ ଭରସା କରିଛନ୍ତି ତାହାକୁ ସତରେ ରୂପାୟନ କରାଯିବ ବୋଲି ପ୍ରତିଶୃତି ଦେବା ସହିତ ତାଙ୍କ ଭଳି ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ - New CM and Deputy CM of Odisha

ଇଟିଭି ଭାରତ, ଭୁବନେଶ୍ବର   

ABOUT THE AUTHOR

...view details