ଓଡିଶା

odisha

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ରଥ, ହଜାର ହଜାର ଭକ୍ତଙ୍କ ସମାରୋହ - Rath Yatra 2024

By ETV Bharat Odisha Team

Published : Jul 9, 2024, 7:25 AM IST

Rath Yatra 2024 (ETV Bharat Odisha)

Rath Yatra 2024 ନବରଙ୍ଗପୁର:  ଜିଲ୍ଲାରେ ପବିତ୍ର ରଥଯାତ୍ରା ଆନନ୍ଦ ଉଲ୍ଲାସର ସହ ମହା ସମାରୋହରେ ଶେଷ ହୋଇଛି । ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ନେତ୍ରୋତ୍ସବ ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା । ସକାଳୁ ନେତ୍ରୋତ୍ସବ ଓ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ତିନି ଠାକୁରଙ୍କ ପହଣ୍ଡି ବିଜେ କରାଯାଇଥିଲା । ଘଣ୍ଟ ଘଣ୍ଟା, ହୁଳହୁଳି ବାଦ୍ୟର ତାଳେ ତାଳେ କାଳିଆ ଠାକୁର ରଥ ଉପରକୁ ଝୁଲି ଝୁଲି ଆସିଥିଲେ। ରାଜ ପୁରୋହିତ ଛେରା ପହଁରା କରିବା ପରେ ରଥ ଉପରେ ନୀତିକାନ୍ତି କରାଯାଇଥିଲା ।

ନିତି ଅନୁଯାୟୀ ମାତ୍ର ଅଳ୍ପ ସମୟ ପାଇଁ ରଥ ଟଣା ଯାଇଥିଲା। ରଥରେ ଆରୁଢ଼ ତିନି ଠାକୁରଙ୍କ ଦର୍ଶନ ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୨ ଦିନ ଧରି ରଥଟଣା ଅନୁଷ୍ଠିତ ହୋଇଥିଲା । ରଥଟଣା ସମୟରେ ଯେପରି କୌଣସି ଅପ୍ରିତିକର ଘଟଣା ନ ଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଥିଲା । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆନନ୍ଦ ଉଲ୍ଲାସର ସହ ପବିତ୍ର ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । ରଥ ଉପରେ ଶ୍ରୀଜିଉମାନଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ରଥାରୂଢ଼ ତିନି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ପାଗ ଅନୁକୂଳ ଥିବାରୁ ରଥ ଟାଣିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲା ।

ଏହାମଧ୍ୟ ପଢନ୍ତୁ.. ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲା ନାହିଁ ବ୍ରହ୍ମ ତାଳଧ୍ଵଜ ରଥ - Bramha Taladhwaja Pulling Stopped

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details