ଓଡିଶା

odisha

ଜିନ୍ଦଲ ନଗରରେ ଗଡ଼ିଲା ରଥ, ସାମିଲ ହେଲେ ଶ୍ରଦ୍ଧାଳୁ - RATHA YATRA 2024

By ETV Bharat Odisha Team

Published : Jul 7, 2024, 6:58 PM IST

Ratha Yatra (ETV Bharat Odisha)

ଅନୁଗୋଳ: ଆଜି ହେଉଛି ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା। ଯାହାପାଇଁ ଉତ୍ସବ ମୁଖର ପ୍ରତ୍ୟେକଟି ଜଗନ୍ନାଥ ମନ୍ଦିର । ସେଥିପାଇଁ ଆଜି ଅନୁଗୋଳ ଜିନ୍ଦଲ ନଗର ଦେବ ଭୂମିରେ ଥିବା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ପାଳିତ ହୋଇଛି। ଆଜି ଭୋରରୁ ଠାକୁର ମାନଙ୍କର ଅଣସର ବେଦିରେ ମଙ୍ଗଳ ଆଳତି ପରେ ମଇଲମ ତଡପ ଲାଗି କରାଯାଇଥିଲା । ପରେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇଥିଲା । ବିଧି ପୂର୍ବକ ଅପରାହ୍ନରେ ରୁନ୍ଧା ଫିଟା ଯିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଜିନ୍ଦଲ ଗ୍ରୁପର ଅଧକ୍ଷ ତଥା କୁରୁକ୍ଷେତ୍ରର ସାଂସଦ ନବୀନ ଜିନ୍ଦଲ ଓ ତାଙ୍କ ପତ୍ନୀ ଜିନ୍ଦଲ ଫାଉଣ୍ଡେସନ ଅଧକ୍ଷା ସାଲୁ ଜିନ୍ଦଲ ସାମିଲ ହୋଇଥିଲେ। ଦେବୀ ସୁଭଦ୍ରାଙ୍କୁ କାନ୍ଧରେ ବୋହିବା ସହ ଜଗନ୍ନାଥଙ୍କ ଭକ୍ତି ନିମଗ୍ନ ହୋଇ ନିଜେ ଘଣ୍ଟ ବଜାବାରେ ନିମଗ୍ନ ଥିବା ଦେଖିବାକୁ ମିଳିଥିଲା । ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଧ୍ଵନିରେ ଦେବଭୂମି ପ୍ରକମ୍ପିତ ହୋଇ ଉଠିଥିଲା । ନିର୍ଦ୍ଧାରିତ ସମୟରେ ଅର୍ଥାତ ଅପରାହ୍ନ ତିନିଟାରେ ଗ୍ରୁପ ଅଧକ୍ଷ ନବୀନ ଜିନ୍ଦଲ ତିନି ରଥରେ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥ ଟଣା । କମ୍ପାନୀ କର୍ମଚାରୀଙ୍କ ସମେତ ପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ମଧ୍ୟ ଯାତ୍ରାରେ ସାମିଲ ହୋଇଥିଲେ।  

ଏହା ମଧ୍ୟ ପଢ଼ନ୍ତୁ.. ପ୍ରତୀକ୍ଷାର ଘଟିଲା ଅନ୍ତ; ରଥଟଣା ଆରମ୍ଭ, ଗଡ଼ିଲା ତାଳଧ୍ବଜ, ପଛେ ପଛେ ଦେବୀ ଶୁଭଦ୍ରା - Chariot Pulling begins

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details