ଓଡିଶା

odisha

By ETV Bharat Odisha Team

Published : Feb 16, 2024, 8:54 PM IST

ETV Bharat / videos

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ

Asha Workers Protest: ରାଉରକେଲା: ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କଲେ ଆଶା କର୍ମୀ । ଆଜି ରାଉରକେଲା ଆଶା କର୍ମୀ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିଜର ମୌଳିକ ଅଧିକାରକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାକର୍ମୀ ।  

ରାଉରକଲା ସହରର ମହାନଗର ନିଗମ ଅଫିସ ଠାରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା । ଶହ ଶହ ସଂଖ୍ୟାରେ କାର୍ଯ୍ୟରତ ଆଶା ଦିଦିମାନେ ଏଥିରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଅଫିସକୁ ଘେରିଛନ୍ତି । ଆଶା ଦିଦି ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ୪ ଗୋଟି ଶ୍ରମିକ ବିରୋଧ ଶ୍ରମ କୋର୍ଡ଼ ବାତିଲ କରାଯାଉ । ଅଙ୍ଗନଓ୍ବାଡି, ଆଶା, ପାଚିକା, ସି.ଆର୍.ପି(ସି.ଏମ୍) ସମେତ ଅନ୍ୟାନ୍ୟ ସ୍କିମ୍ ୱାର୍କର ମାନଙ୍କୁ ଶ୍ରମିକର ମାନ୍ୟତା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବା ନେଇ ଦାବି କରାଯାଇଛି । ଅନ୍ୟାନ୍ୟ ଦାବିରେ ଆଶାକର୍ମୀଙ୍କ ଭତ୍ତା ବୃଦ୍ଧି, ସ୍ଥାୟୀ ନିୟୁକ୍ତି, ମହଙ୍ଗା ଭତ୍ତା, ପ୍ରୋତ୍ସାହନ ରାଶି, ପିଏଫ, ଅବସରକାଳୀନ ସୁବିଧା, ଯୋଗ୍ୟତା ଆଧାରରେ ପଦୋନ୍ନତି ଭଳି ଦାବି ସାମିଲ ଥିଲା । ଅଙ୍ଗନବାଡି, ଆଶା, ପାଚିକା ଏବଂ ସିଆରପି(ସିଏମ) ଯୋଜନାର କର୍ମୀମାନେ ଅତ୍ୟାବଶ୍ୟକୀୟ ସେବାର ପରିଚାଳନା ପାଇଁ ସମ୍ମୁଖୀନ ହେଉଥିବା ସଙ୍ଘର୍ଷ ବିଷୟରେ ବିକ୍ଷୋଭକାରୀମାନେ ଆଲୋକପାତ କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ.....  ଢେଙ୍କାନାଳରେ ଭାରତ ବନ୍ଦକୁ ସମର୍ଥନ, ଆନ୍ଦୋଳନରେ ସାମିଲ ହେଲେ ଅଙ୍ଗନବାଡି ଓ କଂଗ୍ରେସ କର୍ମୀ

ଇଟିଭି ଭାରତ, ରାଉରକେଲା  

ABOUT THE AUTHOR

...view details