ଓଡିଶା

odisha

ETV Bharat / videos

ରାଷ୍ଟ୍ରପତିଙ୍କୁ ଭେଟିବା ଆଶାରେ ପିଲାଦିନର ସାଙ୍ଗ ତୋପୋତୀ ମଣ୍ଡଳ

By ETV Bharat Odisha Team

Published : 10 hours ago


ରାଇରଙ୍ଗପୁର: ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଚାହିଁ ରହିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗ ସାଥୀ ଓ ପରିବାର ବର୍ଗ । ମହାମହିମଙ୍କ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଅବସ୍ଥିତ । ଆଉ ମହାମହିମ ୨୩ ତାରିଖରେ ଉପରବେଡା ଗ୍ରାମକୁ ଆସିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମହାମହିମ ଛୋଟବେଳେ ପାଠ ପଢୁଥିବା ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ।  ସେଠାକାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ଏହା ବି ପଢନ୍ତୁ...ପୁଣି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୂଚୀ ପରିବର୍ତ୍ତନ: 23ରେ ଜନ୍ମମାଟିକୁ ଆସୁଛନ୍ତି ମହାମହିମ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର

ଏହା ବି ପଢନ୍ତୁ...ବନ୍ଧୁ ପରି ବନ୍ଧୁଟିଏ: ଗୌରୀଙ୍କୁ ଦାମୀ ଉପହାର ଦେଲେ ରାଷ୍ଟ୍ରପତି

ଏହା ବି ପଢନ୍ତୁ...ସାଙ୍ଗଙ୍କୁ ଭେଟିବା ପାଇଁ ଅର୍ଥ ସାଜିଛି ବାଧକ, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବାଟ ଚାହିଁ ବସିଛନ୍ତି ଗୌରୀ

ସେହି ବିଶେଷ ବ୍ୟକ୍ତିମାନଙ୍କ ମଧ୍ୟରୁ ରାଷ୍ଟ୍ରପତିଙ୍କ ଛୋଟ ବେଳର ସାଙ୍ଗ ତୋପୋତୀ ମଣ୍ଡଳ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରବେଡା ଗ୍ରାମ ଆସିବା ଶୁଣି ବହୁତ ଖୁସି ଓ ଉତ୍ସାହିତ ଅଛନ୍ତି ତୋପୋତୀ। ତାଙ୍କୁ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିବାକୁ ଡାକରା ହୋଇଛି । ତୋପୋତୀ ଓ ମହାମହିମ ଛୋଟ ସମୟରୁ ଏକା ସହିତ ପାଠପଢ଼ା, ଖେଳକୁଦ କରିଛନ୍ତି । ଅଧିକାଂଶ ସମୟରେ ତୋପୋତୀ ମହାମହିମଙ୍କୁ ମନେ ପକାଇଥାନ୍ତି ବୋଲି କହିଛନ୍ତି । ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଦେଶର ସର୍ବୋଚ୍ଚ ନାଗରିକ। ତେଣୁ ତାଙ୍କ ସହିତ ସାକ୍ଷାତ କରିବା ମଧ୍ୟ କଷ୍ଟକର ବ୍ୟାପାର। "ଛୋଟ ବେଳର ସାଙ୍ଗ ଏବେ ଭାରତର ମହାମହିମ, ତେଣୁ ମହାମହିମଙ୍କ ସାଙ୍ଗ ହୋଇଥିବାରୁ ଅତି ଗର୍ବିତ" ବୋଲି କହିବା ସହ ସେ ସଦାସର୍ବଦା ସୁସ୍ଥ ରୁହନ୍ତୁ ବୋଲି କାମନା କରିଛନ୍ତି ତୋପୋତୀ ମଣ୍ଡଳ । 



ଇଟିଭି ଭାରତ, ମୟୂରଭଞ୍ଜ 

ABOUT THE AUTHOR

...view details