ETV Bharat / lifestyle

ମୁହଁରେ ଲଗାନ୍ତୁ ଚାଉଳ ଧୁଆ ପାଣି, ଫାଇଦା ଦେଖିଲେ ହେବେ ଆଶ୍ଚର୍ଯ୍ୟ - RICE WATER FOR SKIN

ଚାଉଳ ଧୋଇ ପାଣି ଫିଙ୍ଗି ଦେଉଛନ୍ତି କି ? କରନ୍ତୁନି ଏପରି ଭୁଲ୍ । ଚେହେରାରୁ ଦାଗ, ବ୍ରଣ ଦୂର କରିବା ସହ ଚମକ ଚାହୁଁଥିଲେ ଏମିତି ଲଗାନ୍ତୁ ଚାଉଳ ପାଣି ।

ତ୍ବଚାର ଗ୍ଲୋ ବଢାଏ ଚାଉଳ ଧୁଆ ପାଣି
ତ୍ବଚାର ଗ୍ଲୋ ବଢାଏ ଚାଉଳ ଧୁଆ ପାଣି (ETV Bharat)
author img

By ETV Bharat Lifestyle Team

Published : Dec 22, 2024, 2:56 PM IST

ପ୍ରତ୍ୟେକ ଓଡ଼ିଆ ଘରେ ସକାଳୁ ଭାତ ରନ୍ଧା ହୁଏ । ଭାତ ବସାଇବା ପୂର୍ବରୁ ଚାଉଳକୁ ଭଲ ଭାବେ ଧୁଆଯାଏ ଏବଂ ଏହି ଧୁଆ ପାଣିକୁ ପିଙ୍ଗି ଦିଆଯାଏ । କ'ଣ ଆପଣ ବି ଚାଉଳ ଧୋଇ ପାଣି ଫିଙ୍ଗି ଦେଉଛନ୍ତି ? ହୁଏତ ଆପଣ ଜାଣିନାହାନ୍ତି ଏହି ଚାଉଳ ପାଣି ଆମର ତ୍ବଚା ଓ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଚାଉଳ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଏଜିଂ ଗୁଣ ଭରପୂର ଥାଏ । ଏହା ଚେହେରାରେ ବୟସାଧିକ ଜନିତ ଲକ୍ଷଣ କମ୍ କରେ । ଦାଗ, ବ୍ରଣ କମାଇଥାଏ । ମୁହଁରୁ ଅତ୍ୟଧିକ ତୈଳ ଅବଶୋଷଣ କରିବା ସହ ସନବର୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଶୀତ ଦିନିଆ ସ୍କିନକେୟାରରେ ଏହି ଚାଉଳ ପାଣି ବ୍ୟବହାର କରାଯାଇପାରିବ । ଏହା ତ୍ବଚାକୁ କୋମଳ, ମୁଲାୟମ ତଥା ଚମକଦାର କରିଥାଏ । ଏହାସହିତ ବିଭିନ୍ନ ଚର୍ମ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହି ଖବରରେ ଜାଣନ୍ତୁ ତ୍ବଚାରେ ଚାଉଳ ପାଣି ଲଗାଇଲେ ଆଉ କ'ଣ ଫାଇଦା ମିଳିଥାଏ ।

ଚାଉଳ ଧୁଆ ପାଣିରେ ମିଳେ ଏହି ପୋଷକ ତତ୍ତ୍ବ:

ଭିଟାମିନ ବି: ଏହି ଭିଟାମିନ ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସ୍କିନ ସେଲ୍ସ ଡ୍ୟାମେଜ ରୋକିଥାଏ ।

ଆଣ୍ଟି-ଅକ୍ସିଡାଣ୍ଟ: ଫ୍ରି ରାଡିକାଲ୍ସ ଜନିତ କ୍ଷତିକୁ ଆଣ୍ଟି-ଅକ୍ସିଡାଣ୍ଟ ରୋକିପାରେ । ନଚେତ୍ ଏହି ରାଡିକାଲ୍ସ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ ।

ଏମିନୋ ଏସିଡ: ଏମିନୋ ଏସିଡ୍ ତ୍ବଚାକୁ ସୁସ୍ଥ ଓ ମଜଭୁତ ବନାଇଥାଏ ଏବଂ କୋଲେଜନ ଉତ୍ପାଦନ ବୃଦ୍ଧି କରିଥାଏ ।

ମିନେରାଲ: ଚାଉଳ ଧୁଆ ପାଣିରେ ଜିଙ୍କ, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ଜରୁରୀ ଖଣିଜ ପଦାର୍ଥ ମିଳିଥାଏ । ଏହା ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ତ୍ବଚା ପାଇଁ ଚାଉଳ ଧୁଆ ପାଣି ଫାଇଦା:

ଚାଉଳ ଧୁଆ ପାଣିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ବଚାରେ ଚମକ ପ୍ରଦାନ କରିଥାଏ । ପିଗ୍‌ମେଣ୍ଟସନ କମ୍ କରି ତ୍ବଚାର ରଙ୍ଗ ଉଜ୍ଜ୍ବଳ କରିଥାଏ । ଦାଗ ବ୍ରଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।

ଚାଉଳ ପାଣି ତ୍ବଚାକୁ ହ୍ବାଇଟେନିଂ ଇଫେକ୍ଟ ଦେବାରେ ସାହାଯ୍ୟ କରେ । କାରଣ ଏହା ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ ।

ଏହା ପ୍ରାକୃତିକ ସ୍କିନ କ୍ଲିନଜର ଭାବେ କାମ କରେ । ଏହା ଚେହେରାର ପୋରସ୍ କମ୍ କରିବା ସହ ବୟସ ବଢିବାର ଲକ୍ଷଣ ଦୂର କରେ ।

ବ୍ରଣ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ମାରି ବ୍ରଣ ସମସ୍ୟା କମାଇଥାଏ । ଏମିନୋ ଏସିଡ ବୟସ ବଢିବା ଯୋଗୁଁ ଚେହେରାରେ ଦେଖାଯାଉଥିବା ରିଙ୍କଲ୍ସ ବା ଚର୍ମକୁଞ୍ଚନ କମ୍ କରିବାରେ ସାହାଯ୍ୟ କରେ ।

ଏହା ତ୍ବଚାକୁ ଜରୁରୀ ପୋଷଣ ଯୋଗାଇ ହାଇଡ୍ରେଟ ରଖିଥାଏ । ଏହାବ୍ୟତୀତ ଚାଉଳ ପାଣି ସୂର୍ଯ୍ୟଙ୍କ କ୍ଷତିକାରଣ କିରଣରୁ ମଧ୍ୟ ତ୍ବଚାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଚାଉଳ ଧୁଆ ପାଣିରୁ ଫାଇଦା ପାଇଁ ଆପଣ ପାଣିରେ କିଛି ସମୟ ପର୍ଯ୍ୟନ୍ତ ଚାଉଳ ଭିଜାଇ ରଖନ୍ତୁ । 3 କପ୍ ପାଣିରେ ଏକ କପ୍ ଚାଉଳ ଅଧ ଘଣ୍ଟା ଯାଏଁ ଭିଜାଇ ରଖିପାରିବେ । ଏହାପରେ ଏହି ପାଣିକୁ ଅଲଗା କରି ଚେହେରାରେ ବ୍ୟବହାର କରିପାରିବେ । ନିଜ ଆଙ୍ଗୁଠି କିମ୍ବା କଟନ ସାହାଯ୍ୟରେ ଏହି ପାଣିରେ ମୁହଁ ଲଗାଇପାରିବେ । ଏହା ସବୁଠୁ ସହଜ ଉପାୟ ।

Ref- https://pubmed.ncbi.nlm.nih.gov/35587098/

ଏହା ମଧ୍ୟ ପଢନ୍ତୁ: ବର୍ଷସାରା ଟ୍ରେଣ୍ଡିଂରେ ଥିଲା ଏହି ନାମ, ଫିଲ୍ମଷ୍ଟାରଠୁ ନେଇ କ୍ରିକେଟର କରିଥିଲେ ନାମକରଣ - TRENDING BABY NAMES

ଏହା ମଧ୍ୟ ପଢନ୍ତୁ: କଳାଦାଗ ଦୂର କରେ, ଚେହେରାର ଚମକ ବଢାଏ ଘିଅ; ଜାଣନ୍ତୁ କେମିତି ଲଗାଇବେ - GHEE BENEFITS FOR SKIN

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏଠାରେ ଲିଖିତ କୌଣସି ବି ଟିପ୍ସ ପାଳନ କରିବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.