ଓଡିଶା

odisha

ETV Bharat / videos

କୋଣାର୍କ ମାଘ ମେଳା: ତୀର୍ଥ ପୁଷ୍କରିଣୀରୁ ପଙ୍କ ଉଦ୍ଧାର

By ETV Bharat Odisha Team

Published : Feb 10, 2024, 6:51 PM IST

Preparation For Magha Saptami Buda: କୋଣାର୍କ: ପ୍ରସିଦ୍ଧ ମାଘ ମେଳା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ବୁଡ଼ ପୁଷ୍କରିଣୀରୁ ପଙ୍କ ଉଦ୍ଧାର, ଭକ୍ତଙ୍କ ସମାଗମ ଉପରେ ଗୁରୁତ୍ବାରୋପ, ପରିମଳ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶାସନର ରହିଛି ନଜର । ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ କୋଣାର୍କ ମାଘ ମେଳା । ପବିତ୍ର ମାଘ ସପ୍ତମୀ ବୁଡ଼ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ କରି ପଙ୍କ ଉଦ୍ଧାର, ଆଲୋକୀକରଣ, ପାନୀୟ ଜଳ ଯୋଗାଣ କାର୍ଯ୍ୟର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତଙ୍କ ସମାଗମ ଗତବର୍ଷ ଠାରୁ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପ୍ରଶାସନ । 

ରୀତିନୀତି ଅନୁସାରେ ତିନିଠାକୁରଙ୍କ ଶୋଭା ଯାତ୍ରାରେ ତୀର୍ଥ ପୁଷ୍ପରଣୀ ନିକଟରେ ପହଞ୍ଚିବା ପରେ ଠାକୁର ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି । ଏଥିପାଇଁ ତିନି ଠାକୁର ତ୍ରିବେଣୀଶ୍ଵର, ଇଶାନେଶ୍ବର ଓ ଦକ୍ଷିଣେଶ୍ଵରଙ୍କ ନୀତି ନିର୍ଘଣ୍ଟ କରାଯାଇଥିଲା ବୈଠକରେ । ୪ଟା ୩୪ ମିନିଟରେ ଠାକୁର ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଅନ୍ୟପଟେ ନବଗ୍ରହ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ଲାଗିବ ବୋଲି ପୂର୍ବାନୁମାନ କରି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉକ୍ତ ଦିନ ସୂର୍ଯ୍ୟ ମନ୍ଦିର ଟିକେଟ ଫ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ନର୍କ କୁଣ୍ଡ ପାଲଟିଛି ଐତିହାସିକ ତୀର୍ଥ ପୁଷ୍କରିଣୀ; ଆଗକୁ ଚନ୍ଦ୍ରଭାଗା ବୁଡ, ସରକାରଙ୍କ ଆଖି ଜଳକା

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details