ଓଡିଶା

odisha

ETV Bharat / videos

ଜଗା ସେବାରେ ଯୋଗୀ, ତାଙ୍କ ହାତ ତିଆରି କୁଡୁଆରେ ରନ୍ଧା ହେଉଛି ମହାପ୍ରସାଦ - mahaprasad pots

By ETV Bharat Odisha Team

Published : Jul 5, 2024, 12:30 PM IST

ଖୋର୍ଦ୍ଧା: ଜଗତର ନାଥ ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି  କୁମ୍ଭକାର ଯୋଗୀ ମୁଦୁଲି। ବୟସ 70 ଛୁଇଁଲାଣି, କିନ୍ତୁ ସେ ସେବାରୁ ଟିକେ ହେଲେ ନିବୃତ୍ତ ହୋଇନାହାନ୍ତି । ଦୀର୍ଘ 25 ବର୍ଷ ହେଲା  ମହାପ୍ରଭୁଙ୍କ ପାଇଁ କୁଡୁଆ ପ୍ରସ୍ତୁତ କରୁଛନ୍ତି ବୋଲଗଡ଼ ବ୍ଲକ ସାନପଦର ଦେଉଳି ଗ୍ରାମର ଯୋଗୀ । ମହାପ୍ରସାଦ ରନ୍ଧା ପାଇଁ ବ୍ୟବହାର ହେଉଥିବା ଚାରି ପ୍ରକାର କୁଡୁଆ ଦାଶିଆ, ବଡ଼ମଠ, ଧଳାମଠ, ନମ୍ବରୀ  ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଯୋଗାଇ ଆସୁଛନ୍ତି ସେ ।  ମହାପ୍ରଭୁଙ୍କ ପାଇଁ ଦିନ ରାତି ଏକ କରି କୁଡୁଆ ଯୋଗାଇ ଆସୁଛନ୍ତି । ସପ୍ତାହକୁ ପ୍ରାୟ ଚାରିରୁ ପାଞ୍ଚ ଗାଡି ଭର୍ତ୍ତି କୁଡୁଆ ନେଇ ପୁରୀରେ ପହଞ୍ଚାନ୍ତି ତାଙ୍କ ପୁଅ । ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଥିବା ଯୋଗୀ ଶେଷ ନିଶ୍ବାସ ଯାଏଁ ମହାପ୍ରଭୁଙ୍କ ପାଇଁ ଏମିତି କୁଡୁଆ ଗଢିବା ଜାରି ରଖିବେ ବୋଲି କହିଛନ୍ତି ଯୋଗୀ ।  

ଏହା ମଧ୍ୟ ପଢନ୍ତୁ-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅଣସର ଘରେ ହେବ ଶ୍ରୀମୁଖ ଶୃଙ୍ଗାର - Lord jagannath Banaka Lagi ritual

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details