ଓଡିଶା

odisha

ETV Bharat / videos

ପଞ୍ଚୁକ ବ୍ରତ ପାଇଁ ଚଳଚଞ୍ଚଳ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠ

By ETV Bharat Odisha Team

Published : Nov 11, 2024, 9:19 PM IST

Akhandalamani Temple:ଭଦ୍ରକ: ପଞ୍ଚୁକ ପାଇଁ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠ । ହିନ୍ଦୁ ଧର୍ମର ପବିତ୍ର ମାସ ଭାବେ ବିବେଚିତ କାର୍ତ୍ତିକ ମାସର ଶେଷ ସୋମବାର ତଥା ପଞ୍ଚୁକ ବ୍ରତ ପାଇଁ ଆଜି ଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ବାବା ପଞ୍ଚାନନ ବେଶରେ ଦର୍ଶନ ଦେଉଥିବାରୁ ହବିଷାଳୀ ଭକ୍ତମାନଙ୍କ ସହ ଶ୍ରଦ୍ଧାଳୁୁମାନଙ୍କ ଭିଡ ବଢିବାରେ ଲାଗିଛି । ରାହାସ ପୂର୍ଣ୍ଣିମାା ଦିନ ବାବା ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ । ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ସକାଳୁ ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣ ଲାଗି ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବ ବସ୍ତ୍ର ଏବଂ ଫୁଲ ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ପଞ୍ଚୁକ ଭୋଗ ଲାଗି କରାଯାଇଥିଲା । 

ଅନ୍ୟପଟେ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ, ଶନିବାର ଠାରୁ ପବିତ୍ର ଅଳାଁନବମୀ ଠାରୁ ଭାଗବତ ସପ୍ତାହ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ୭ ଦିନ ଧରି ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ସାହଣମେଲା କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି । ତେବେ ମଧ୍ୟାହ୍ନ ୧ଟାରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା । ସେହିପରି ଅପରାହ୍ନରେ ବଡ ସିଂହାର ବେଶ ସହ ସନ୍ଧ୍ୟାରେ ଷୋଡଶ ଉପଚାର ନୀତି ଅନୁଷ୍ଠିତ ହୋଇଯାଇଛି । ପରେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ପାଇଁ ଘଟ ଉତ୍ତୋଳନ, ଦ୍ବାରପାଳ ପୂଜା, ପଞ୍ଚଉପଚାର ସହ ଭାଗବତ ପଠନ ଏବଂ ଯଜ୍ଞ ଅନୁଷ୍ଠିତ ହେଉଛି । ଏଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କାର୍ତ୍ତିକ ଶେଷ ସୋମବାର, ଧବଳେଶ୍ବର ପୀଠରେ ଭକ୍ତଙ୍କ ଭିଡ଼

ଏହା ମଧ୍ୟ ପଢ଼ନ୍ତୁ...ବିଦାୟ ନେଲେ ମା' କାଳୀ, ବ୍ୟାସନଗର ଭସାଣ ଉତ୍ସବରେ ଆକର୍ଷଣ ସାଜିଲା ଅଘୋରୀ ନୃତ୍ୟ

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details