ରାଉଳପାଟଣା ଗାଁରେ ଅଦିନିଆ ଦୀପାବଳି; ରାମଲାଲାଙ୍କ ପାଇଁ ଜଳିଲା ୧୦୦୮ ଦୀପ - ପାଟଣା ଗାଁରେ ଦୀପାବଳି
Published : Jan 23, 2024, 7:59 AM IST
1008 Diyas Lit Up For Lord Ram: ପୁରୀ: ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଅବସରରେ ଜଳିଲା ୧୦୦୮ ଦୀପ । ପବିତ୍ର ପୌଷ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପ୍ରତିଷ୍ଠା ହେଇଛି ଭବ୍ୟ ରାମଲାଲାଙ୍କ ମନ୍ଦିର । ଯାହାକୁ ନେଇ ୧୦୦୮ ଦୀପ ଜାଳି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ମନେ ପକାଇଲେ କୋଣାର୍କ ନିକଟସ୍ଥ ରାଉଳପାଟଣା ଗାଁର ଲୋକେ । ହରିବୋଲ ହୁଳହୁଳି ପକାଇ ଶ୍ରୀରାମଚନ୍ଦ୍ରଙ୍କୁ ଆରାଧନା କରିଛନ୍ତି । ସତେ ଯେପରି ରାମ ରାଜ୍ୟ ଆରମ୍ଭ ହୋଇଯାଇଛି । କିଏ ନିଜ ଘର ଆଗରେ ଦୀପ ଜାଳି ଶ୍ରୀରାମଚନ୍ଦ୍ରଙ୍କୁ ପୂଜା କରୁଛି ତ ଅନ୍ୟ କେଉଁଠି ରାମ ନାମ ଜପି ଭଜନ କୀର୍ତ୍ତନ କରୁଛନ୍ତି । ଦିଲ୍ଲୀରୁ ପଲ୍ଲୀ ସବୁଠି ରାମ ଧ୍ୱନିରେ ପ୍ରକମ୍ପିତ ଗଗନ ପବନ । ଭବ୍ୟ ମନ୍ଦିର ଦିବ୍ୟ ମୂର୍ତ୍ତି । ଅନ୍ତ ହେଲା ବହୁ ବର୍ଷର ପ୍ରତୀକ୍ଷା । ସଫଳ ହେଲା ଦୀର୍ଘ 500 ବର୍ଷର ଅପେକ୍ଷା । ରାମଭକ୍ତଙ୍କୁ ଭକ୍ତି ସାଗରରେ ଭିଜାଇ ଭବ୍ୟ ଦିବ୍ୟ ସୁସଜ୍ଜିତ ମନ୍ଦିରରେ ବିରାଜିଲେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ।
ଏହା ମଧ୍ୟ ପଢନ୍ତୁ...ଆଲୋକମାଳାରେ ସଜେଇ ହୋଇଛି ରାମ ମନ୍ଦିର, ଅଦିନିଆ ଦୀପାବଳି ପାଳିଲେ ଭକ୍ତ
ଇଟିଭି ଭାରତ, ପୁରୀ