ଓଡିଶା

odisha

ETV Bharat / videos

ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଓରାମ ସମାଜ, ସୁନ୍ଦରଗଡ଼ରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି - CM Mohan Majhi - CM MOHAN MAJHI

By ETV Bharat Odisha Team

Published : Jun 14, 2024, 4:38 PM IST

Oram community wishes to New CM: ରାଉରକେଲା: ଓଡ଼ିଶାକୁ ମିଳିଛି ନୂଆ ସିଏମ । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢିବାକୁ ଯାଉଥିବା ବେଳେ ଆଦିବାସୀ ନେତା ତଥା କେନ୍ଦୁଝର 4 ଥରର ବିଧାୟକ ମୋହନ ମାଝୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ମୋହନ ମାଝୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଗୁରୁବାର ରାଉରକେଲାଠାରେ ରାଜି ପଢହା ଭାରତ ସଂଗଠନ ପକ୍ଷରୁ ଓରାମ ସମାଜର ଲୋକେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଏହାମଧ୍ୟ ପଢନ୍ତୁ.. ନୂଆ ସରକାରର ବିକାଶ ନେଇ ଆଶାବାଦୀ ବାଲେଶ୍ୱରବାସୀ - Balasore People On New Govt

ପ୍ରଥମ ଥର ବିଜେପିର ଜଣେ ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବର୍ତ୍ତମାନ ରାଜ୍ୟରେ ଆଦିବାସୀଙ୍କ ଉନ୍ନତି ହେବା ନେଇ ଆଶା କରିଛନ୍ତି । ଏକ ଶୁଭେଚ୍ଛା ପତ୍ର ଦେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଶୁଭେଚ୍ଛା ଜଣାଇବା ସହ ଆଦିବାସୀମାନଙ୍କ ଉନ୍ନତି ପାଇଁ ନିଶ୍ଚିତ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ଓରାମ ସମାଜର ଲୋକେ। ତେବେ ଓରାମ ସମାଜର ଲୋକେ ଦାବି ଜଣାଇଛନ୍ତି ଯେ ଧାରା 244(i) 5th ସିଡ୍ୟୁଲକୁ ଲାଗୁ କରାଯାଉ ଏବଂ ଆଦିବାସୀଙ୍କ ଜମିକୁ ଅଣଆଦିବାସୀ ଜମିକୁ ହସ୍ତାନ୍ତର ମାମଲାକୁ ଖାରଜ କରାଯାଉ ଏବଂ ଆଦିବାସୀଙ୍କ ଜମିକୁ ଆଦିବାସୀଙ୍କ ପାଇଁ ସ୍ଥାୟୀ ରଖାଯାଉ  । ଜମି ମାମଲାରେ ଗ୍ରାମସଭାକୁ ଆଦିବାସୀଙ୍କ ପାଇଁ ଲଢ଼ିବାକୁ ଦାବି କରାଯାଇଛି ଏବଂ 100 ପ୍ରତିଶତ ଆଦିବାସୀଙ୍କୁ ଚାକିରୀ କ୍ଷେତ୍ରରେ ସଂରକ୍ଷଣ କରାଯାଉ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ଏବଂ ଆଦିବାସୀ ଏବଂ ହରିଜନ ଜାତି ପାଇଁ ସ୍ୱତନ୍ତ୍ର ପୋଲିସ ଥାନା ରାଜ୍ୟର ସମସ୍ତ ଅଞ୍ଚଳରେ କରାଯାଉ ଏବଂ ଭୁବନେଶ୍ୱର ରେ ST ଏବଂ SC ଭବନ ନିର୍ମାଣ କରାଯାଉ । DMF ପାଣ୍ଠିକୁ ଇରିଗେସନ ଏବଂ ଚାଷ ସହ ଗ୍ରାମ୍ୟ ଉନ୍ନୟନରେ ଲଗାଯାଉ ବୋଲି କହି ଦାବି କରିଛନ୍ତି ଓରାମ ସମାଜର ଲୋକେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details