କୋରାପୁଟରେ 89 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ - Odisha Police Formation Day - ODISHA POLICE FORMATION DAY
Published : Apr 1, 2024, 6:53 PM IST
Odisha Police Formation Day: କୋରାପୁଟ: ଓଡ଼ିଶା ପୋଲିସର 89 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋରାପୁଟ ଏସପି ଅଭିନବ ସୋନକରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ପରେଡ ପଡି଼ଆରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣସିଂ ମୀନା ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଉତ୍ତମ ବ୍ୟବହାର ସହ ସେବା ମନୋଭାବ ରଖି କାମ କରି ଗରିବ ଓ ଅସହାୟଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଓ ମହିଳାଙ୍କ ଆସ୍ଥା ଭାଜନ ହେବାକୁ ସେ ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ଷେତ୍ରରେ ପୋଲିସ କାହାଦ୍ବାରା ପ୍ରଭାବିତ ନହୋଇ ଭୟମୁକ୍ତ , ଚାପ ମୁକ୍ତ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଇନର ସଠିକ କାର୍ଯ୍ୟକାରିତା ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ଡିଆଇଜି । ଗତ 89 ବର୍ଷରେ କୋରାପୁଟ ପୋଲିସ ଅନେକ ସଫଳତା ପାଇଛି, ତଥାପି ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି ବୋଲି ସେ କହିଛନ୍ତି। ଅଖଣ୍ଡତାର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଜିଆଇଜି । ମାଓ ଦମନ କ୍ଷେତ୍ରରେ କୋରାପୁଟ ପୋଲିସ ବେଶ ସଫଳତା ହାସଲ କରିପାରିଛି । ଡିଜିଟାଲ ବ୍ୟବସ୍ଥାରେ ସାଇବର କ୍ରାଇମକୁ ରୋକିବା ସକାଶେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ପରାକାଷ୍ଠା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି ଡିଆଇଜି ।
ଇଟିଭି ଭାରତ, କୋରାପୁଟ