ସଖି ବା ମହିଳା ବୁଥରେ ଭୋଟ ଦେଉଛନ୍ତି ଭୁବନେଶ୍ୱରବାସୀ - Voting In Bhubaneswar - VOTING IN BHUBANESWAR
Published : May 25, 2024, 10:58 AM IST
ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ମୋଟ ୬ ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମତଦାନ । ତେବେ ତୃତୀୟ ପର୍ଯ୍ୟାୟ ପାଇଁ ଭୁବନେଶ୍ୱରବାସୀ ଦେଉଛନ୍ତି ଭୋଟ । ଏହି ସମୟରେ ସ୍ୱତନ୍ତ୍ର ବୁଥ ସହ ପିଙ୍କ ବା ସଖି ବୁଥରେ ଭୋଟ ଦେଉଛନ୍ତି ଭୋଟର । ଯେଉଁଠିକି ଭୋଟ ପରିଚାଳନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ଅଧିକାରୀ ସମସ୍ତେ ମହିଳା । ଭୁବନେଶ୍ୱରର ସମସ୍ତ ବୁଥକୁ ସଖି ବା ମହିଳା ବୁଥ କରାଯାଇଛି । ପୋଲିଂ ବୁଥରେ ସବୁ କର୍ମଚାରୀ ମହିଳା ରହି ବୁଥ ପରିଚାଳନା କରୁଛନ୍ତି । ଏପରିକି ରାଜନୈତିକ ଦଳ ଗୁଡ଼ିକର ମହିଳା ଏଜେଣ୍ଟ ବି ରହିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ୧୯୦୭ ଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବା ବେଳେ ୧୬ଟି ଅତିରିକ୍ତ ଭୋଟ କେନ୍ଦ୍ର ରହିଛି । ଏଥିମଧ୍ୟରୁ ଭୁବନେଶ୍ୱରର ତିନି ବିଧାନସଭା ମଣ୍ଡଳୀରେ ୭ ହଜାର ୫୦୦ ଭୋଟ ଗ୍ରହଣ କେନ୍ଦ୍ର ଥିବା ବେଳେ ଭୁବନେଶ୍ୱର କେନ୍ଦ୍ର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ୨୦୦ ଭୋଟ ଗ୍ରହଣ କେନ୍ଦ୍ରକୁ ସକ୍ଷୀ ବା ମହିଳା ବୁଥ କରାଯାଇଛି । ତେବେ ଭୋଟ ଦେବାକୁ ଲୋକମାନେ ଉତ୍ସାହିତ ରହିଥିବା ବେଳେ ଏନେଇ କ'ଣ କହୁଛନ୍ତି ଶୁଣନ୍ତୁ?
ଏହା ମଧ୍ୟ ପଢନ୍ତୁ: କଟକରରେ 24 ନମ୍ବର ବୁଥରେ EVM ତ୍ରୁଟି, ମତଦାନ ସାମୟିକ ବାଧାପ୍ରାପ୍ତ
ଇଟିଭି ଭାରତ, ଭୁବନେଶ୍ୱର