ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଖନ୍ତୁ LIVE - Odisha Budget 2024 LIVE
Published : Jul 25, 2024, 5:02 PM IST
|Updated : Jul 25, 2024, 7:09 PM IST
ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ଏହା ମୋହନ ସରକାରର ପ୍ରଥମ ବଜେଟ । ଅର୍ଥ ବିଭାଗରେ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି । ଏଥିରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ନିଯୁକ୍ତି ଓ ମହିଳାଙ୍କୁ ଫୋକସ୍ କରାଯାଇପାରେ । ତେବେ ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଓଡ଼ିଶାର ବିଜେପି ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଉପରେ ଗୁରୁତ୍ବ ଦେବେ । ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟରେ କେତେକ ନୂଆ ଯୋଜନା ସାମିଲ ହୋଇଥିବାରୁ ବଜେଟର ପରିମାଣ ବଢିପାରେ । ବଜେଟର ମୋଟ ଆକାର ୩ ଲକ୍ଷ କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟ ବଜେଟରେ ଧାନର MSP ଉପରେ ନିଷ୍ପତ୍ତି ନିଆଯାଇପାରେ । ସୁଭଦ୍ରା ଯୋଜନା ବ୍ୟୟବରାଦକୁ ନେଇ ମଧ୍ୟ କିଛି ଘୋଷଣା ହୋଇପାରେ । ଏଥିସହ ବଜେଟରେ ପୂର୍ବ ବିଜେଡି ସରକାରଙ୍କ ବିଏସକେୱାଇ ଓ କାଳିଆ ଯୋଜନା ଉପରେ ଆଖି ମଧ୍ୟରେ ସମସ୍ତଙ୍କ ଆଖି ରହିଛି ।
Last Updated : Jul 25, 2024, 7:09 PM IST