ପୁଣି ଖଡିଆଳରେ ଅଧିରାଜ ପାଣିଗ୍ରାହୀ ମାରିଲେ ବାଜି - Adhiraj Panigrahi Win In Kharihar - ADHIRAJ PANIGRAHI WIN IN KHARIHAR
Published : Jun 4, 2024, 6:50 PM IST
ନୂଆପଡ଼ା: ଖଡିଆଳରେ ପୁଣି ବାଜି ମାରିଲେ ବିଜେଡି ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ । ବିଜୁ ଜନତାଦଳ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ 9 ହଜାର 591 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କୁ ପରାସ୍ତ କରିଛନ୍ତି । ଅଧିରାଜ ମୋହନ ପାଣିଗ୍ରାହୀ 92 ହଜାର 415 ଖଣ୍ଡ ଭୋଟ ପାଇଥିବା ବେଳେ, ତାଙ୍କର ନିକଟତମ ପ୍ରତିନିଧି ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି 82 ହଜାର 824 ଖଣ୍ଡ ଭୋଟ ପାଇ ନିର୍ବାଚନ ପରାଜୟ ହୋଇଛନ୍ତି । ତେବେ ଦଳର ବିଜୟ ନେଇ ବିଜେଡି ଦଳୀୟ ନେତା କର୍ମୀ ମହଲରେ ଖୁସିର ଲହର ଖେଳି ଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବେଶ ଖୁସି ପ୍ରକଟ କରିଛନ୍ତି । ସର୍ବ ପ୍ରଥମେ ନିର୍ବାଚନ ବିଜୟୀର ଶ୍ରେୟ ଖରିଆଡ,ବୋଡେ଼ନ, ସିନାପାଲିର ଭୋଟରଙ୍କୁ ଦେଇଛନ୍ତି । ସେ କହିଛନ୍ତି,''ଭୋଟରଙ୍କ ଆଶୀର୍ବାଦ ଯୋଗୁଁ ମୁଁ ଜନମତ ପାଇଛି । ଆଗକୁ ଖରିଆର ନିର୍ବାଚନ ମଣ୍ଡଳୀର ବିକାଶ ଧାରା ଜାରି ରହିବ । ଏବଂ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବିକାଶ ମୂଳକ କାମ କରିବେ ବୋଲି କହିଛନ୍ତି ।''
ସୂଚନା ଥାଉ କି, ୨୦୦୯ ଏବଂ ୨୦୧୪ରେ ବିଜେପି ଖଡିଆଲ ଗଡ଼ ହାସଲ କରିଆସୁଥିବା ବେଳେ ୨୦୧୯ରେ କଂଗ୍ରେସ ବିଜୟ ହାସଲ କରିଥିଲା । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ହରାଇଥିଲେ । କିନ୍ତୁ ୨୦୨୪ରେ ଅଧିରାଜ ନିଜ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ ଏବଂ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ତେବେ ସେ ପୁଣି ଖଡିଆଳରେ ବିଜୟ ହାସଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବେଗୁନିଆରେ ବିଜେଡିର ବିଜୟ, ଗଡ଼ ବଜାୟ ରଖିଲା ଦଳ
ନୂଆପଡା, ଇଟିଭି ଭାରତ