ଜୁନ 1ରେ ଶେଷ ପର୍ଯ୍ୟାୟ ନିର୍ବାଚନ, ନିମାପଡ଼ାରେ ଥମିଲା ପ୍ରଚାର - Campaign Ends In Nimapara
Published : May 30, 2024, 8:00 PM IST
Nimapara Assembly Constituency: ନିମାପଡ଼ା: ଆଜି ହେଉଛି ପ୍ରଚାରର ଶେଷ ଦିନ। ସମସ୍ତ ଦଳ ପକ୍ଷରୁ ପ୍ରଚାରର ଅନ୍ତିମ ଦିନରେ ପ୍ରାର୍ଥୀ ଭୋଟର ମାନଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ସେପଟେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀରେ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା ବେଳେ ଯୁବ ଭୋଟର ମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ନିମାପଡ଼ାରେ ହେଭିୱେଟ ନେତା ଉଭୟ ବିଜେପି ଓ ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ।
ନିମାପଡ଼ା ବିଜେପି ପାଇଁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତା ପ୍ରଚାର ମଙ୍ଗ ଧରିଥିବା ବେଳେ ଖୋଦ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ପ୍ରଭାତୀଙ୍କ ପାଇଁ ସାରଥୀ ସାଜିଛନ୍ତି । ସେହିପରି ଗତକାଲି ପ୍ରଚାର ମୈଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇ ଥିବା ବେଳେ ବିଜେଡ଼ିର ଭିକେ ପାଣ୍ଡିଆନ ନିମାପଡ଼ା ବିଜେଡି ପାଇଁ ପ୍ରଚାର କରିଛନ୍ତି । ଅନ୍ୟପଟେ କଂଗ୍ରେସ ପାଇଁ ନିଜେ ଷ୍ଟାର ପ୍ରଚାରକ ସାଜିଛନ୍ତି କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ । ଏମାନଙ୍କୁ ଛାଡି ଅନେକ ପ୍ରାର୍ଥୀ ସ୍ଵାଧୀନ ଭାବରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।
ଇଟିଭି ଭାରତ, ନିମାପଡ଼ା