ETV Bharat / state

ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି - BUXI JAGABANDHU DEATH ANNIVERSARY

ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ । ମନେପକାଇଲେ ମନ୍ତ୍ରୀ ଓ ବିଧାୟକ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ।

Buxi Jagabandhu Death Anniversary
Buxi Jagabandhu Death Anniversary (ETV Bharat Odisha)
author img

By ETV Bharat Odisha Team

Published : Jan 24, 2025, 8:27 PM IST

ଭୁବନେଶ୍ବର: ପାଳନ ହୋଇଛି ମହାନ ବିପ୍ଲବୀ ତଥା ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା, ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ । ଲାଲ ମାଟି ଖୋର୍ଦ୍ଧାଗଡ଼ରୁ ସୁତ୍ରପାତ ହୋଇଥିଲା ପାଇକ ବିଦ୍ରୋହ । ଏହାର ମୁଖ୍ୟ ନାୟକ ଥିଲେ ବକ୍ସି ଜଗବନ୍ଧୁ । ଆଜି ସେ ମହାନ ବୀରପୁରୁଷଙ୍କୁ ମନେ ପକାଇ ବକ୍ସିଙ୍କ ଶ୍ରାଦ୍ଧ ବାର୍ଷିକ ସାରା ରାଜ୍ୟ ପାଳନ କରୁଛି । ତେବେ ଏହି ଅବସରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ହୋଇଥିବା କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

Buxi Jagabandhu Death Anniversary (ETV Bharat Odisha)

ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ:

ବକ୍ସି ଜଗବନ୍ଧୁଙ୍କୁ ମନେ ପକାଇଛନ୍ତି ରାଜ୍ୟବାସୀ । ନେତା, ମନ୍ତ୍ରୀ, ବିଧାୟକ, ବୁଦ୍ଧିଜୀବୀ ଓ ଭାଷା ସାହିତ୍ୟ ସଂସ୍କୃତିର ସଦସ୍ୟମାନେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ଭୁବନେଶ୍ବର ମ୍ୟୁଜିୟମ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତାଙ୍କର ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ରହି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହି ଅବସରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ଉଠିଥିବାବେଳେ ସରକାର ଏନେଇ ଚେଷ୍ଟିତ ଅଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

Buxi Jagabandhu Death Anniversary
Buxi Jagabandhu Death Anniversary (ETV Bharat Odisha)

ଆଜି ପାଇକ ଜାତି ପାଇଁ ଗର୍ବର ଦିନ:

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, "ଆଜି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକ । ଏହା ପାଇକ ଜାତି ପାଇଁ ଏକ ଗର୍ବର ଦିନ । ତ୍ୟାଗ, ବଳିଦାନ, ମାଟି ମାଆ ପାଇଁ ଲଢ଼ିବା ଓ ଦେଶର ସ୍ବାଧୀନତା ସଂଗ୍ରାମର ପ୍ରଥମ ପାଇକ ବିଦ୍ରୋହର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଆଜି ଶ୍ରାଦ୍ଧ ଦିବସ । ଆଜିର ଶ୍ରାଦ୍ଧ ଦିବସ ଓଡ଼ିଶାର ଯୁବକମାନଙ୍କୁ ପ୍ରେରଣା ଦେଉଛି ଯେ, ଏ ଜାତିର ଦାୟଦମାନେ ଜୀବନକୁ ଉତ୍ସର୍ଗୀକୃତ କରି ମାଟି ମାଆ ପାଇଁ ଲଢେଇ କରିଥିଲେ । ଏକବିଂଶ ଶତାବ୍ଦୀରେ ଆଜିର ଯୁବ ସମାଜ ସେହିଭଳି ଆଦର୍ଶରେ ଅନୁପ୍ରାଣିତ ହେଇ ସମାଜକୁ ଗଠନ କରିବା ଓ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବେ ।"

ଏହା ମଧ୍ୟ ପଢ଼ନ୍ତୁ...ବକ୍ସି ଜଗବନ୍ଧୁ ନେଇ ତୀବ୍ର ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ, ଫାଇଦା ନେଲା କଂଗ୍ରେସ ! - Buxi Jagabandhu Statue Unveiling

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା, ୧୮୧୭ ପାଇକ ବିଦ୍ରୋହରୁ ୧୯୪୨ ଭାରତ ଛାଡ଼ , ସ୍ବତନ୍ତ୍ରତା ଆନ୍ଦୋଳନରେ ନିର୍ଣ୍ଣାୟକ ଭୂମିକା - ROLE OF ODISHA IN INDEPENDENCE

ବିଧାୟକଙ୍କ ପ୍ରତିଶ୍ରୁତି:

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆହୁରି କହିଛନ୍ତି,"ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ ଆମେ ସରକାରୀ ସ୍ତରରେ ମାନ୍ୟତା ଚାହୁଁଛୁ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ହୋଇଛି । ଏହା କିଛିକାଂଶରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ପାଇକ ବିଦ୍ରୋହର 2 ଶହ ବର୍ଷ ପୂର୍ତ୍ତି ଅବସରରେ ଏହା କେନ୍ଦ୍ରରେ ମଧ୍ୟ ପାଳନ କରାଗଲା । ଇଂରେଜଙ୍କ ବିରୁଦ୍ଧରେ ହୋଇଥିବା ଆନ୍ଦୋଳନ ଓଡ଼ିଶାର ଖୋର୍ଦ୍ଧା ଗଡରୁ ଆରମ୍ଭ ହୋଇଥିଲା । ଏ ଇତିହାସକୁ କେହି କେବେ କାଟି ପାରିବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.