ଓଡିଶା

odisha

ETV Bharat / videos

ରାଇରଙ୍ଗପୁରରେ ବିଜେଡ଼ିର ରୋଡ଼ ସୋ, ପ୍ରଚାର ଶେଷ ଦିନରେ ଭୋଟ ମାଗିଲେ କଳାକାର - Campaign Ends In Rairangpur

By ETV Bharat Odisha Team

Published : May 30, 2024, 10:28 PM IST

Last Day Of Election Campaign: ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଆଜି ନିର୍ବାଚନୀ ପ୍ରଚାରର ଅନ୍ତିମ ଦିବସରେ ବିଜେଡି ଦଳ ରାଇରଙ୍ଗପୁର ସହରରେ ରୋଡ଼ ସୋ କରି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି । ବିଜେଡ଼ି ଦଳର ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କ ସହ ଓଡ଼ିଆ ସିନେ ଜଗତର ଦୁଇ ନାମୀ କଳାକାର ତଥା ବିଜେଡ଼ି ଦଳର ଷ୍ଟାର ପ୍ରଚାରକ ଏଥିରେ ସାମିଲ ଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.. ଶେଷ ଲଢ଼େଇ ପାଇଁ ସରିଲା ପ୍ରଚାର, ଜୁନ 1ରେ ଭୋଟ ଦେବ କେନ୍ଦ୍ରାପଡା - Campaign Ends In Kendrapara

ରାଇରଙ୍ଗପୁର ବିଧାନସଭା ପ୍ରାର୍ଥୀ ରାଇସେନ ମୁର୍ମୁ, ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ସହିତ ଫିଲ୍ମ ଷ୍ଟାର ସମ୍ବିତ ଆଚାର୍ଯ୍ୟ ଓ ମନୋରମା ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଜି ସକାଳ ସମୟରେ ବିଜେଡ଼ି ପକ୍ଷରୁ ବହଳଦା ଓ ତିରିଂ ଅଞ୍ଚଳରେ ଶୋଭାଯାତ୍ରା କରି ଭୋଟ ଭିକ୍ଷା କରିଥିବା ବେଳେ ଅପରାହ୍ନରେ ରାଇରଙ୍ଗପୁର ସହରରେ ରୋଡ଼ ସୋ ମାଧ୍ୟମରେ ଭୋଟ ଭିକ୍ଷା କରାଯାଇଛି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶ, ସଶକ୍ତ ଓଡ଼ିଶା, ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଓଡ଼ିଶାର ଜନସାଧାରଣ ବିପୁଳ ସଂଖ୍ୟାରେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବେ ବୋଲି କହିଛନ୍ତି ରାଇସେନ । ସେପଟେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ମଜବୁତ କରିବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details