ଓଡିଶା

odisha

ETV Bharat / videos

ନବରଙ୍ଗପୁରରେ 'ନୂଆ-ଓ 'କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା - nua o fest

By ETV Bharat Odisha Team

Published : Jan 25, 2024, 7:08 AM IST

ନବରଙ୍ଗପୁର: ନୂଆମଣ୍ଡେଇ ପଡିଆଠାରେ 'ନୂଆ-ଓ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଭିଡିଓ ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ ଓଡ଼ିଶା ଗଠନରେ ଭାଗୀଦାର ହେବାପାଇଁ କହିଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଏହା ମଧ୍ୟ ପଢନ୍ତୁ...ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ମୁଖ୍ୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସହ ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଓ ଝରିଗାଁ ବିଧାୟକ ପ୍ରମୁଖ ଯୋଗଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ୧୦ ହଜାରରୁ ଊର୍ଦ୍ଧ୍ବ ଯୁବ ଓ ଛାତ୍ରଛାତ୍ରୀ ଏହି ଯୁବ ଓ ଛାତ୍ର ସମାବେଶରେ ଯୋଗଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଓଡ଼ିଶାର ନାମୀ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । 


ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details