ଓଡିଶା

odisha

ETV Bharat / videos

ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଉତ୍ତେଜନା, ଚେୟାର ଫୋପାଡିଲେ ଦର୍ଶକ

By ETV Bharat Odisha Team

Published : 4 hours ago

ଯାଜପୁର: ପୁଣି ଅଶୀଳ ନୃତ୍ୟ ପରିବେଷଣକୁ ବିରୋଧ । ଯାଜପୁରରେ ଯାତ୍ରା ସ୍ୱପ୍ନମହଲର କାର୍ଯ୍ୟକ୍ରମବେଳେ ଡ୍ୟାନ୍ସର ନିଶା ମହାରଣା ନୃତ୍ୟ କରୁଥିବାବେଳେ ଚେୟାର ମାଡ଼ ହୋଇଛି । ଚେୟାର ମାଡରେ ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରେଇ ଥାନା ରଗଡିଠାରେ ମା' କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅୟୋଜିତ ହୋଇଥିଲା ଏହି ଯାତ୍ରା । 

ଏହା ବି ପଢନ୍ତୁ...ଯାତ୍ରା ମଞ୍ଚରେ ନାଚିଲେନି ନିଶା ମହାରଣା, ଚେୟାର ଫିଙ୍ଗିଲେ ଦର୍ଶକ

ଏହା ବି ପଢନ୍ତୁ...ଏହା ମଧ୍ୟ ପଢ଼ନ୍ତୁ...ଷ୍ଟେଜକୁ ଆସିଲେନି ନିଶା ମହାରାଣା, ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ

ଗତକାଲି (ମଙ୍ଗଳବାର) ରାତିରେ ଯାତ୍ରା ସ୍ଵପ୍ନ ମହଲର ତୃତୀୟ ରଜନୀ ଥିଲେ । ଅତିଥି କଳାକାର ଭାବେ ମେଲୋଡିରେ ଆସି ଆଇଟମ ଗୀତରେ ନିଶା ନୃତ୍ୟ ପରିବେଷଣ କରୁଥିବାବେଳେ ଅଶ୍ଳୀଳତାକୁ ବିରୋଧ କରି ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ମାଡ କରିଥିବା ଜଣାପଡିଛି । ସେପଟେ ଚେୟାର ମାଡ ଘଟଣାକୁ ନେଇ ଉଭୟ ମଞ୍ଚ ଉପରେ ଓ ବାହାରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । କୋରେଇ ପୋଲିସ ଓ ଯାତ୍ରା କମିଟି ସଦସ୍ୟମାନେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କମିଟିର ସଦସ୍ୟ ।

ଏହା ବି ପଢନ୍ତୁ...ଆଇଟମ ଗାର୍ଲ ନିଶାଙ୍କୁ ରାଜଧାନୀ ଅପେରା ମନା, କଳାକାରଙ୍କୁ ଧମକ ଦେଲେ ନିଶା

ଏହା ବି ପଢନ୍ତୁ...ପ୍ରେମ ପରେ ପ୍ରତାରଣା ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପଣ୍ଡା, ପୁରୁଷ ବନ୍ଧୁଙ୍କ ନାଁରେ ଦେଲେ ଏତଲା - Rani Panda Alleges Cheating


ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details